ଅବକାରୀ ଚଢଉ, ଜଣେ ଗିରଫ; ୫୦ ଲିଟର ଦେଶୀମଦ ଓ ବାଇକ ଜବତ

ଭବାନୀପାଟଣା : କଳାହାଣ୍ଡି ଅବକାରୀ ଅଧିକ୍ଷକ ଡ଼ମ୍ବରୁଧର ଖଣ୍ଡାଙ୍କ ନିର୍ଦେଶ କ୍ରମେ ମଦନପୁର ରାମପୁର ଅବକାରୀ ଭାରପ୍ରାପ୍ତ ଅଧିକାରୀ ରଞ୍ଜୁଲତା ବାରିକଙ୍କ ନେତୃତ୍ୱରେ ଅବକାରୀ ଚଢଉ କରାଯାଇ ୫୦ ଲିଟର ହାତରନ୍ଧା ଦେଶୀମଦ ଓ ଏକ ବାଇକ ଜବତ କରିବା ସହିତ ଜଣଙ୍କୁ ଗିରଫ କରିଛନ୍ତି ।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଅବକାରୀ ଭାରପ୍ରାପ୍ତ ଅଧିକାରୀ ରଞ୍ଜୁଲତା ବାରିକ ସୂଚନା ପାଇ ଜୋରାଡୋବ୍ରା ପୋଲ ନିକଟରେ ଛକି ରହିଥିଲେ । ବୋରପଦର ଗ୍ରାମର କେଦାର ରଞ୍ଜନ ମାଝୀ ଓରଫ ଏକା(୨୩) ବାଇକ ନଂ ଓଡ଼ି ୦୩ ବି ୫୮୪୮ରେ ୫୦ ଲିଟର ଦେଶୀ ହାତରନ୍ଧା ମଦ ବାଇକରେ ବୋଝେଇ କରି ବିକ୍ରି ପାଇଁ ନେଉଥିଲା । ଏହି ସମୟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରି ବାଇକକୁ ଅଟକାଇ ୫୦ ଲିଟର ମଦ ଓ ବାଇକ ଜବତ କରିଥିଲେ । ଏନେଇ ଏକ ମାମଲା ରୁଜୁ କରି କେଦାର ରଞ୍ଜନ ମାଝୀଙ୍କୁ ଗିରଫ କରାଯାଇଛି । ଆଜିର ଏହି ଚଢ଼ାଉରେ ଅବକାରୀ କନଷ୍ଟେବଳ ସିଆରୀ ହରିଜନ ଓ ରବି ନାଗ ପ୍ରମୁଖ ସାମିଲ ହୋଇଥିଲେ ।

ସମ୍ବନ୍ଧିତ ଖବର