କଟକ : ରାଜ୍ୟ ଅବକାରୀ କମିସନର୍‌ ଆଶିଷ କୁମାର ସିଂହଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଆଇନ୍‍ ଉପରେ ଏକ ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।

Advertisment

କର୍ମଶାଳାରେ ଭୁବନେଶ୍ୱରର ସହକାରୀ ପବ୍ଲିକ୍‌ ପ୍ରସିକ୍ୟୁଟର୍‌ କ୍ଷୀରୋଦ ଚନ୍ଦ୍ର ପଣ୍ଡା, ବିଶ୍ୱରଞ୍ଜନ ରାଉତ, ରାଜେଶ କୁମାର ପୋଥାଳ ଓ ଅବକାରୀ ଉପ-ଆୟୁକ୍ତ ରାମଚନ୍ଦ୍ର ମିଶ୍ର ଯୋଗଦେଇ ଅନଲାଇନ୍‍ ମାଧ୍ୟମରେ ଅବକାରୀ ନିୟମ ଓ ଆଇନ୍‍ର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଏଥିସହିତ ଆଇନ୍‍ ଅନୁଯାୟୀ ଚଢ଼ଉ, ଗିରଫଦାରୀ, ତଦନ୍ତ ଓ ସାକ୍ଷ୍ୟ ପ୍ରଦାନ ଉପରେ ତର୍ଜମା କରିଥିଲେ। ଏହି କର୍ମଶାଳାରେ ଯୁଗ୍ମ ଆୟୁକ୍ତ ଶରତ ଚନ୍ଦ୍ର ମହାପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ଉପ ଆୟୁକ୍ତ ଦିବ୍ୟଲୋଚନ ମହାନ୍ତ, ରଜତ କୁମାର ପ୍ରହରାଜ, ଡମ୍ବରୁଧର ଖଣ୍ଡା, ଦଣ୍ଡପାଣି ବେହେରା ଓ ପରାମର୍ଶଦାତା ପ୍ରସନ୍ନ କୁମାର ଆଚର୍ଯ୍ୟ ପ୍ରମୁଖ ଯୋଗ ଦେଇଥିଲେ। ଅବକାରୀ ବିଭାଗକୁ ଅଧିକ ସକ୍ରିୟ କରାଯିବା ସହିତ ମାମଲାର ସଠିକ୍‌ ପରିଚାଳନା, ତ୍ୱରିତ୍‌ ଫଏସଲା ଓ ଦୋଷୀଙ୍କୁ ଦଣ୍ଡ ପ୍ରଦାନ ପାଇଁ ଅବକାରୀ କମିସନର୍‌ ଶ୍ରୀ ସିଂହଙ୍କ ନିର୍ଦ୍ଦେଶକ୍ରମେ ପ୍ରତ୍ୟେକ ମାସରେ ଏଭଳି କର୍ମଶାଳା କରାଯାଇ ଅବକାରୀ କର୍ମଚାରୀମାନଙ୍କ ଦକ୍ଷତା ବୃଦ୍ଧି କରାଯିବ ବୋଲି ଉପ-ଆୟୁକ୍ତ ରାମଚନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି।