ପାନ ଓ ଷ୍ଟେସନାରୀ ଦୋକାନରେ ଅବକାରୀ ବିଭାଗର ଚଢ଼ଉ

ଖୋର୍ଦ୍ଧା: ସାଧାରଣ ଲୋକଙ୍କ ଧାରଣା, ପାନ ଦୋକାନରେ ପାନ, ସିଗାରେଟ୍, ବିସ୍କୁଟ ଆଦି ମିଳେ । ଷ୍ଟେସନାରୀ ଦୋକାନରେ ପ୍ରସାଧନ ସାମଗ୍ରୀ ଓ ଅନ୍ୟ ପ୍ୟାକେଟ୍ ସାମଗ୍ରୀ ମିଳେ । ପରିବା ଦୋକାନରେ ପରିବା ମିଳେ । କିନ୍ତୁ ଖୋର୍ଦ୍ଧା ସହରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳେ । ପାନ ଦୋକାନ ଠାରୁ ଆରମ୍ଭ କରି ଷ୍ଟେସନାରୀ, କିରାଣା ଓ ପରିବା ଦୋକାନରେ ମଦ, ଗଂଜେଇ, ବ୍ରାଉନ୍ସୁଗାର ଭଳି ନିଶା ମଧ୍ୟ ବିକ୍ରି ହୁଏ । ପୂର୍ବେ ଅନେକ ଥର ପୁଲିସ ଓ ଅବକାରୀ ଚଢ଼ଉ କରାଯାଇ ଏହି ସବୁ ଦୋକାନରୁ ବେଆଇନ ନିଶା ସାମଗ୍ରୀ ଜବତ ହୋଇଥିଲା, ଆଜି ମଧ୍ୟ ଅନୁରୂପ ଏକ ଚଢ଼ଉରେ ବିଭିନ୍ନ ଦୋକାନରୁ ବିପୁଳ ପରିମାଣରେ ବିଦେଶୀ ମଦ ଜବତ ହୋଇଛି ।

ଆଜି କଟକ ଭ୍ରାମ୍ୟମାଣ ଅବକାରୀ ସ୍କାଡ୍ ଆଜି ଖୋର୍ଦ୍ଧାର ବିଭିନ୍ନ ପାନ ଓ ଷ୍ଟେସନାରୀ ଦୋକାନରେ ଚଢ଼ଉ କରି ଦାମୀ ବ୍ରାଣ୍ଡ୍ର ମଦ ଜବତ କରିଛି । ଅବକାରୀ ବିଭାଗ କର୍ମଚାରୀମାନେ ସକାଳେ ସାଧା ପୋଷାକରେ ଦୋକାନକୁ ଯାଇ ମଦ ମାଗିଥିଲେ । ଦୋକାନୀ ମଦ ଦେବା ପରେ ପୁଲିସ ସେମାନଙ୍କୁ ରଙ୍ଗେହାତ ଧରିଥିଲେ । ଚଢ଼ଉରେ ଦୁଇଟି ଦୋକାନରୁ ୧୯୮.୦୪ ଲିଟର ମଦ ଜବତ କରାଯାଇଛି । ଏହା ମଧ୍ୟରୁ ୮୫ଟି ନକଲି ବ୍ରାଣ୍ଡ୍ର ବିଦେଶୀ ମଦ ବୋତଲ, ୯୦ ଟି ବିଦେଶୀ ମଦ ବୋତଲ, ୨୩.୦୪ ଲିଟର ବିୟର ଜବତ କରିଛି । ଏହି ମାମଲାରେ ଦୋକାନୀ ଆକାଶ କୋଦାମ ସିଂହ(୨୮) ଓ ଗଣିଆ ଦୁର୍ଯେ୍ୟାଧନ ବେହେରା (୩୬) । ଆକାଶର ଖୋର୍ଦ୍ଧା ବାସିନ୍ଦା ଥିବା ବେଳେ ଦୁର୍ଯେ୍ୟାଧନ ନୟାଗଡ଼ରୁ ଆସି ଏଠାରେ ଦୋକାନ କରିଥିଲେ । ଏହି ଚଢ଼ଉରେ ଭ୍ରାମ୍ୟମାଣ ସ୍କ୍ୱାଡ୍ ଆଇଆଇସି ଦିଲିପ କୁମାର ବହେରା, ଉମାକାନ୍ତ ସ୍ୱାଇଁ, ଏଏସ୍ଆଇ ସାକିର ଉଲ୍ଲା, ନଟବର ମଲିକ, ବ୍ରଜ କିଶୋର ବିନ୍ଧାଣୀ, ଅବକାରୀ କନଷ୍ଟେବଲ ଦିଲିପ ନନ୍ଦ, ଅଜୟ ବେହେରା, ଅନ୍ତର୍ଯ୍ୟାମୀ ମଲିକ ପ୍ରମୁଖ ଯୋଗ ଦେଇଥିଲେ । ଆଜି ଦଶହରା ମେଢ ବିସର୍ଜନ ବେଳେ ଅବକାରୀ ବିଭାଗର ଏଭଳି ନାଟକୀୟ ଚଢ଼ଉ ସହରରେ ଆଲୋଚନାର ବିଷୟ ହୋଇଛି ।

ସମ୍ବନ୍ଧିତ ଖବର