ଆନନ୍ଦପୁର : ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ପିଲାଚୋରି ସନ୍ଦେହରେ ଉତ୍ତେଜନା ପ୍ରକାଶ ପାଇଥିଲା। ଶୁକ୍ରବାର ଅପରାହ୍ଣ ୩ଟାବେଳେ ଡାକ୍ତରଖାନାର ମା ଓ ଶିଶୁ ୱାର୍ଡ଼ରେ ରହିଥିବା ଜଣେ ରୋଗୀଙ୍କ ସମ୍ପର୍କୀୟ ଭିନ୍ନକ୍ଷମ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ବଳପୂର୍ବକ ନେବାକୁ ଉଦ୍ୟମ କରୁଥିବାବେଳେ ଚିତ୍କାର ଶୁଣି ସୁରକ୍ଷା କର୍ମଚାରୀ ଓ ଲୋକମାନେ ଦେଖିପାରି ତାକୁ ଅଟକାଇଥିଲେ। ପିଲାଚୋରି ସନ୍ଦେହରେ ତାଙ୍କୁ ଉତ୍ତମମଧ୍ୟମ ଦିଆଯାଇଥିବା ମଧ୍ୟ ଜଣାପଡିଛି। ଖବରପାଇ ଘସିପୁରା ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ବ୍ୟକ୍ତିଙ୍କୁ ଅଟକ ରଖି ତଦନ୍ତ ଜାରିରଖିଛି। ଏ ସମ୍ପର୍କରେ ଥାନା ଅଧିକାରୀ ମନୋରଂଜନ ବିଶିଙ୍କୁ ପଚାରିବାରୁ ସେ କହିଥିଲେ ଯେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି। ପଚରାଉଚରା ଜାରି ରହିଛି। ପ୍ରାଥମିକ ତଦନ୍ତରୁ ଯାହା ଜଣାପଡ଼ିଛି ସେମିତି କିଛି ହୋଇ ନଥିବା ସେ ପ୍ରକାଶ କରିଛନ୍ତି।
ପିଲାଚୋରି ସନ୍ଦେହରେ ଆନନ୍ଦପୁର ଡ଼ାକ୍ତରଖାନାରେ ଉତ୍ତେଜନା
/sambad/media/post_attachments/wp-content/uploads/2021/02/pila-chora.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)