ରାମଚନ୍ଦ୍ରପୁରରେ ଧାନ ବିକ୍ରିକୁ କେନ୍ଦ୍ରକରି ଉତ୍ତେଜନା, ଥାନାରେ ମାମଲା

ରାମଚନ୍ଦ୍ରପୁର : ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଗଡ଼ବାନ୍ଧଗୋଡ଼ା ସମବାୟ ସମିତିରେ ଧାନ ବିକ୍ରିକୁ ନେଇ ଗତକାଲି ଦୁଇଗୋଷ୍ଠି ମୁହାଁମୁହିଁ ହୋଇଥିବା ବେଳେ ରବିବାର ଦିନ ପୁଣି ଉତ୍ତେଜନା ଦେଖିବାକୁ ମିଳିଛି। ସେହି ଗ୍ରାମର କିଛି ଦୁର୍ବୃତ୍ତ ପୂର୍ବତନ ସମିତି ସଭ୍ୟ ଭରତଭୂଷଣ ନାୟକଙ୍କ ଘର ନିକଟକୁ ଆସି ତାଙ୍କ ପତ୍ନୀ  ମମତାମୟୀ ନାୟକଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ମାଡ଼ ମାରିଥିରା ନେଇ ସେ ରାମଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ସେପଟେ ବିପକ୍ଷ ପକ୍ଷରୁ ମଧ୍ୟ  ଥାନାରେ ଏକ ପାଲଟା ଅଭିଯୋଗ କରାଯାଇଛି। କିଛି କାରଣ ନଥାଇ ରାଜନୈତିକ ଅଭିସନ୍ଧି ରଖି ବିଧାୟକଙ୍କ ସପକ୍ଷ ଗୋଷ୍ଠୀ ଲୋକ  ଅଯଥାରେ ଗାଳି ଗୁଲଜ ସହ ମାଡ଼ ମାରୁଛନ୍ତି ବୋଲି  ଏତଲାରେ ଦର୍ଶାଯାଇଛି। ରାମଚନ୍ଦ୍ରପୁର ପୁଲିସ ଗଡ଼ବାନ୍ଧଗୋଡ଼ା ଗ୍ରାମରେ ପହଞ୍ଚି ତଦନ୍ତ କରିବା ସହ ପୁଲିସ ପାଟ୍ରୋଲିଂ ବ୍ୟବସ୍ଥାକୁ ବଢ଼ାଇଛି। ଆବଶ୍ୟକ ପଡ଼ିଲେ ଅଧିକ ଫୋର୍ସ ମୁତୟନ ହେବେ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର