ଅଧାପୋଡ଼ା ଶବକୁ ନେଇ ଉତ୍ତେଜନା

କରୋନା ସଂକ୍ରମିତ ଯୁବକଙ୍କ ମୃତଦେହ ଦାହ କରିଥିଲା ପ୍ରଶାସନ

ଜଟଣୀ : ସ୍ଥାନୀୟ ପାତ୍ରପଡା ଜଗନ୍ନାଥପୁର ଗ୍ରାମରେ ଜଣେ କୋରନା ସଂକ୍ରମିତ ଯୁବକଙ୍କ ମୃତ ଶରୀରକୁ ଠିକ୍‌ ଭାବେ ଦାହ କରାନଯିବାରୁ ଉତ୍ତେଜନା ପ୍ରକାଶ ପାଇଛି। ପ୍ରଶାସନର ଏଭଳି କାର୍ଯ୍ୟକୁ ଜଗନ୍ନାଥପୁର ଗ୍ରାମର ବାସିନ୍ଦା ସମାଲୋଚନା କରିବା ସହ ଆଗାମୀ ଦିନରେ ଗାଁରେ ବାହାର ଅଞ୍ଚଳର କୌଣସି କରୋନା ସଂକ୍ରମିତଙ୍କ ଶବକୁ ସଂସ୍କାର କରିବାକୁ ଦେବେ ନାହିଁ ବୋଲି କହିଛନ୍ତି।

ଖୁଦୁପୁର ଅଞ୍ଚଳର ଜଣେ ଯୁବକଙ୍କର କରୋନାରେ ମୃତ୍ୟୁ ହେବା ପରେ ଗତ ରାତି ୮ଟାରେ ଶବ ସତ୍କାର ପାଇଁ ଜଗନ୍ନାଥପୁର ପାତ୍ରପଡ଼ା ଗ୍ରାମର ଧନୁଯାତ୍ରା ପଡ଼ିଆ ନିକଟକୁ ଆଣିଥିଲେ। ଏହାକୁ ଗ୍ରାମବାସୀ ବିରୋଧ କରିଥିଲେ। ପୁଲିସ ଲାଠିଚାର୍ଜ କରି ଗ୍ରାମବାସୀଙ୍କୁ ଘଉଡ଼ାଇ ଦେଇଥିଲେ। ତେବେ ରାତିରେ ଶବଦାହ ଠିକ୍‌ ଭାବେ କରାନଯିବାରୁ ସେଠାରେ ଅଧାପୋଡ଼ା ମୃତ ଶରୀର ପଡ଼ିରହିଥିଲା। ଆଜି ସକାଳେ ଏହି ଦୃଶ୍ୟ ଦେଖି ଗ୍ରାମବାସୀ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଗ୍ରାମବାସୀଙ୍କ ଅନୁମତି ନ ନେଇ ପ୍ରଶାସନ ଶବଦାହ କରିବା ଉଚିତ ନୁହେଁ। ଆଗାମୀ ଦିନରେ ଏହାକୁ ଦୃଢ ବିରୋଧ କରାଯିବ ବୋଲି ଗ୍ରାମବାସୀ କହିଛନ୍ତି।

ସମ୍ବନ୍ଧିତ ଖବର