ହରିଚନ୍ଦନପୁର : ନିମ୍ନମାନର ରାସ୍ତା କାମକୁ ନେଇ ହରିଚନ୍ଦନପୁର ବ୍ଲକ୍ ଜୁଙ୍ଗା ପଞ୍ଚାୟତରେ ଉତ୍ତେଜନା ଦେଖାଦେଇଛି। ଗ୍ରାମବାସୀ ଏକାଠି ହୋଇ କାମ ବନ୍ଦ କରିଦେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ହରିଚନ୍ଦନପୁର ବ୍ଲକ ଜୁଙ୍ଗା ପଞ୍ଚାୟତର କାବେରୀପଶି - ବଲାଣିପଶି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ରାସ୍ତା ନିର୍ମାଣ କରାଯାଇଥିଲା। ଏହା ଏବେ ମରଣଯନ୍ତା ପାଲଟିଛି। ରାସ୍ତା ମରାମତି ପାଇଁ ଜୁଙ୍ଗା ପଞ୍ଚାୟତବାସୀ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନକୁ ପୂର୍ବରୁ ବହୁବାର ଦାବି କରି ଆସୁଥିଲେ। ଏହି ରାସ୍ତାକୁ ମରାମତି ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ୫୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଅନୁଦାନ ଦେଇଛନ୍ତି। ରାସ୍ତା ପିଚୁ କରିବା ପୂର୍ବରୁ ଖାଲଖମା ହୋଇଥିବା ରାସ୍ତାରେ ଠିକାଦାର ମେଟାଲ ଓ ପଥରଗୁଣ୍ଡ ପକାଇବା ପରିବର୍ତ୍ତେ ବଜୁରି ଓ ପଥରଗୁଣ୍ଡ ପକାଉଥିଲା। ନିମ୍ନମାନର କାମକୁ କାବେରୀପଶି, ନିତ୍ୟାନନ୍ଦପୁର, ଭଗାମୁଣ୍ଡା ଆଦି ଗ୍ରାମବାସୀ ବିରୋଧ କରି ଗତ ୨୭ ତାରିଖରେ କାମକୁ ବନ୍ଦ କରିଦେଇଛନ୍ତି।
/sambad/media/post_attachments/wp-content/uploads/2021/01/652a77d3-094e-4d77-bfed-8964c99ae00d.jpg)
ଜୁଙ୍ଗା ପଞ୍ଚାୟତ ବାସୀଙ୍କ ସମେତ ବାଂଶପାଳ ବ୍ଲକର କେତେକ ଗ୍ରାମବାସୀ ଏହି ରାସ୍ତା ଦେଇ କେନ୍ଦୁଝରକୁ ଯାତାୟାତ କରିଥାନ୍ତି। ଦୀର୍ଘ ବର୍ଷ ହେଲା ଏହି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କଟି ମରାମତି କରାଯାଉ ନାହିଁ। ତୁରନ୍ତ ନିୟମାନୁଯାୟୀ ରାସ୍ତା ମରାମତି କରାଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି। ରାସ୍ତା ମରାମତି ସଂପର୍କରେ ଆର.ଡି. ବିଭାଗର ହରିଚନ୍ଦନପୁରର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ତାପସ ରଂଜନ ଲେଙ୍କାଙ୍କୁ ପଚାରିବାରୁ ଛୋଟ ଛୋଟ ଚିପସ ପରିବର୍ତ୍ତେ ରାସ୍ତାରେ ମେଟାଲ ପକାଯିବ। ମେସିନ ସାହାଯ୍ୟରେ ରାସ୍ତା ପିଚୁ କାମ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/road-work.jpg)