ଭୁବନେଶ୍ବର : ରାଜ୍ୟରେ ପୌର ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି। ମାତ୍ର ଭୋଟର ତାଲିକା ତ୍ରୁଟିଶୂନ୍ୟ ହୋଇପାରି ନାହିଁ। ତ୍ରୁଟିପୂର୍ଣ୍ଣ ଭୋଟର ତାଲିକା କାରଣରୁ ଗତ ପଞ୍ଚାୟତ ନିର୍ବାଚନରେ ଲଢ଼ୁଥିବା ପ୍ରାର୍ଥୀମାନେ ପୁଣି ପୌର ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି। ସମସ୍ତ ତଥ୍ୟ ଓ ପ୍ରମାଣ ସହ ଅଭିଯୋଗ କରିବା ସତ୍ତ୍ବେ ନିର୍ବାଚନ ଅଧିକାରୀ ପ୍ରାର୍ଥୀପତ୍ର ନାକଚ କରୁ ନାହାନ୍ତି। ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ପୌରାଞ୍ଚଳରେ ଏଭଳି ଚଞ୍ଚକତା ସାମ୍ନାକୁ ଆସିଛି। ତେଣୁ ନକଲି ଭୋଟରକୁ ବାଦ୍ ଦେବା ଲାଗି ଆଜି ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଲାଗି ଦାବି କରିଛନ୍ତି।
ବିଜେପି ପକ୍ଷରୁ କୁହାଯାଇଛି, ଯଦି ଜଣେ ଭୋଟରଙ୍କ ୨ଟି ଭୋଟର କାର୍ଡ ଥାଏ, ତାହାଲେ ଏକ ଦଣ୍ଡନୀୟ ଅପରାଧ। ସହରାଞ୍ଚଳରେ ରହୁଥିବା ବ୍ୟକ୍ତିଙ୍କ ନାଁ ନିଜ ମୂଳ ଗାଁ ଭୋଟର ତାଲିକାରେ ରହିଛି। ଯେଉଁ ବ୍ୟକ୍ତିମାନେ ଗ୍ରାମାଞ୍ଚଳରେ ଭୋଟ ଦେଇଛନ୍ତି ସେମାନେ ପୁଣି ମ୍ୟୁନିସିପାଲଟି ନିର୍ବାଚନରେ ଭୋଟ ଦେବା ଦଣ୍ଡନୀୟ ଅପରାଧ। ଶାସକ ବିଜେଡିର ମନ୍ତ୍ରୀ ଓ କର୍ମୀମାନେ ବେଆଇନ ଭାବେ ଅଧିକ ଭୋଟ ପାଇବା ଆଶାରେ ସହରାଞ୍ଚଳରେ ରହୁଥିବା ଲୋକଙ୍କ ୨ଟି ଲେଖାଏ ଭୋଟର କାର୍ଡ କରିଛନ୍ତି। ୨ଟି ସ୍ଥାନରେ ଭୋଟ ଦେଉଥିବା ନକଲି ଭୋଟରଙ୍କୁ ତୁରନ୍ତ ତାଲିକାରୁ ବାଦ୍ ଦେବା ଲାଗି ପ୍ରତିନିଧି ଦଳ ଦାବି କରିଛନ୍ତି। ପ୍ରତିନିଧି ଦଳରେ ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର, ରମାରଂଜନ ବଳିୟାରସିଂହ, ଠାକୁର ରଞ୍ଜିତ ଦାସ, ସୋନାଲି ସାହୁ, ସୁରଥ ବିଶ୍ବାଳ ଓ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/m6.jpg)