ଉଠା ଜଳସେଚନ ନିଗମ ଉପ ନିର୍ବାହୀ ଯନ୍ତ୍ରୀ ନିଲମ୍ବିତ

ଭୁବନେଶ୍ବର : କେନ୍ଦୁଝର ଉଠା ଜଳ ସେଚନ ଡିଭିଜନରେ ଉପ ନିର୍ବାହୀ ଯନ୍ତ୍ରୀ ( ନିର୍ମାଣ) ଭାବେ କାର୍ଯ୍ୟରତ ଶ୍ରଦ୍ଧାକର ବେହେରାଙ୍କୁ ନିଲମ୍ବନ କରାଯାଇଛି। ତାଙ୍ଗ ନାମରେ ବିଭିନ୍ନ ମହଲରୁ ବହୁ ଅଭିଯୋଗ ଆସିବା ପରେ ନିଗମ ତରଫରୁ ତଦନ୍ତ କରାଯାଇଥିଲା। ତଦନ୍ତରେ ତାଙ୍କ ନାମରେ ଆର୍ଥିକ ଅନିୟମିତତା, ସରକାରୀ କାର୍ଯ୍ୟରେ ଅବହେଳା ନେଇ ପ୍ରମାଣ ମିଳିଥିଲା। ରାଜ୍ୟ ସରକାରଙ୍କ ୫’ଟି’ ଏବଂ ଦୁର୍ନୀତି ନିବାରଣ ଦିଗରେ ଶୂନ ସହନଶୀଳତାକୁ ଆଧାର କରି ଉଠା ଜଳ ସେଚନ ନିଗମ ତରଫରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଆଗକୁ ନିଗମର କୌଣସି କର୍ମଚାରୀ ଏପରି ଅବହେଳା ପ୍ରଦର୍ଶନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅଧ୍ୟକ୍ଷ ଅମରେଶ ପତ୍ରୀ ଜଣାଇଛନ୍ତି।

ସମ୍ବନ୍ଧିତ ଖବର