ଆସ୍କାରେ ନବୀନଙ୍କ ସମ୍ମାନ ରଖିପାରନ୍ତି ମହିଳା ପ୍ରାର୍ଥୀ ପ୍ରମିଳା, ବିଧାନସଭାରେ ବିଜେଡି ଜିତିପାରେ ୪, ବିଜେପିକୁ ୨ ଆସନ

ଭୁବନେଶ୍ୱର: ସରିଲା ୧୯ ଯୁଦ୍ଧର ଏକଜିଟ୍‌ ପୋଲ୍‌ ରିପୋର୍ଟ । ସମ୍ବାଦ ଓ କନକ ନ୍ୟୁଜ୍‌ ତରଫରୁ ହୋଇଥିବା ଏକଜିଟ୍‌ ପୋଲ୍‌ ରିପୋର୍ଟ ଆଧାରରେ ଆସ୍କା ଲୋକସଭା ଆସନରେ ପୁଣି ଉଡ଼ିପାରେ ବିଜେଡି ବାନା। ଆଉ ବିଜେପିକୁ ମାତ୍‌ ଦେଇ ଗଡ଼କୁ ରକ୍ଷା କରିବାରେ ସଫଳ ହୋଇପାରନ୍ତିି ବିଜେଡି ମହିଳା ପ୍ରାର୍ଥୀ ପ୍ରମିଳା ବିଷୋୟୀ ବାଲି ଏକଜିଟ୍‌ ପୋଲ ରିପୋର୍ଟରୁ ପୂର୍ବାନୁମାନ କରାଯାଉଛି।

ଅନ୍ୟପଟେ ୨୦୧୯ ନିର୍ବାଚନ ପରେ ସମ୍ବାଦ-କନକ ନ୍ୟୁଜ୍‌ ତରଫରୁ ହୋଇଥିବା ଏକଜିଟ୍‌ ପୋଲ୍‌ ରିପୋର୍ଟ ଅନୁସାରେ ଏହି ସଂସଦୀୟ କ୍ଷେତ୍ର ଅଧିନରେ ଥିବା ୭ଟି ବିଧାନସଭା ଆସନରେ ବିଜେଡି ଆଗରେ ରହିପାରେ। ଆଉ ୭ଟି ବିଧାନସଭା କ୍ଷେତ୍ରରୁ ବିଜେଡି ଖାତାକୁ ୪ଟି ଏବଂ ବିଜେପି ଖାତାକୁ ୨ଟି ଓ ଗୋଟିଏ ବିଧାନସଭା ସିଟରେ କ୍ଲୋଜ ଫାଇଟ୍‌ ହୋଇପାରେ ବୋଲି ରିପୋର୍ଟରେ ପୂର୍ବାନୁମାନ କହୁଛି।

ଆସ୍କାରେ ବିଜେଡିର ଦବ୍‌ଦବା
ସେହିପରି ଏକଜିଟ୍‌ ପୋଲ ରିପୋର୍ଟ ମୁତାବକ, ଆସ୍କା ସଂସଦୀୟ କ୍ଷେତ୍ର ଅଧିନରେ ଥିବା ପୋଲସରା ବିଧାନସଭା କ୍ଷେତ୍ରରେ ଲଗାତାର ତୃତୀୟ ଥର ପାଇଁ ବିଜୟ ତିଳକ ପିନ୍ଧିପାରେ ବୋଲି ସର୍ଭେରୁ ଅନୁମାନ କରାଯାଉଛି। ସେହିପରି ଉଭୟ ବିଜେପି ଓ କଂଗ୍ରେସର ଆଶାକୁ ପାଣିଚିଆ କରି ଏହି ଆସନକୁ ଦଖଲ କରିପାରେ ବିଜେଡି ବୋଲି ଏକଜିଟ୍‌ ପୋଲ୍‌ ରିପୋର୍ଟ କହୁଛି।

କବିସୂର୍ଯ୍ୟନଗରରେ ପୁଣି ଆସିପାରେ ବିଜେଡି
ଅନ୍ୟପଟେ ଏହି ସଂସଦୀୟ କ୍ଷେତ୍ର ଅଧିନରେ ଥିବା କବିସୂର୍ଯ୍ୟନଗର ବିଧାନସଭା ଆସନକୁ ପୁଣି ନିଜ କବଜା ରଖିପାରେ ବିଜେଡି ବୋଲି ସମ୍ବାଦ-କନକ ନ୍ୟୁଜ୍‌ ଏକଜିଟ୍‌ ପୋଲ୍‌ ସର୍ଭେ ରିପୋର୍ଟ କହୁଛି। ବିଗତ ଦୁଇଟି ନିର୍ବାଚନରେ ବିଜେଡି ଏଠାରେ ବିଜୟବାନା ଉଡ଼ାଇଆସିଥାବା ବେଳେ ଏଥର ମଧ୍ୟ ଏହାକୁ ରିପିଟ୍‌ କରିପାରେ ବୋଲି ଏକଜିଟ୍‌ ପୋଲ୍‌ ରିପୋର୍ଟରୁ ପୂର୍ବାନୁମାନ କରାଯାଉଛି।

ବିଜେଡିର ସଂକଟ ବଢ଼ାଇପାରେ ବିଜେପି
ସେହିଭଳି ଖଲ୍ଲିକୋଟ ବିଧାନସଭା କ୍ଷେତ୍ରକୁ ନିଜ ଗଡ଼ କରି ରଖିଥିବା ବିଜେଡି ପାଇଁ ଏଥର ସଙ୍କଟ ହୋଇପାରେ ବିଜେପି। ଆଉ ଶଙ୍ଖ ଦୁର୍ଗକୁ ଭାଙ୍ଗି ବିଜେପି ପଦ୍ମ ଫୁଟାଇପାରେ ବୋଲି ଏକଜିଟ୍‌ ପୋଲ୍‌ ରିପୋର୍ଟରେ ଅଶଙ୍କା କରାଯାଉଛି।

ଆସ୍କାରରେ ଗଡ଼ ରକ୍ଷା କରିପାରିବ ବିଜେଡି
ଅପରପକ୍ଷେ ଆସ୍କା ବିଧାନସଭା କ୍ଷେତ୍ରରେ ବିଜେଡି ନିଜ ଗଡ଼କୁ ରକ୍ଷା କରିବାରେ ସକ୍ଷମ ହୋଇପାରେ। ଆଉ ଲଗାତାର ତୃତୀୟ ଥର ପାଇଁ ବିଜେଡି ବାନା ଲହି ଆସନେର ଉଡ଼ାବାକୁ ଯାଉଛି ବୋଲଇ ସମ୍ବାଦ ଓ କନକ ନ୍ୟୁଜ୍‌ ତରଫରୁ ହୋଇଥିବା ଏକଜିଟ୍‌ ପୋଲ୍‌ ରିପୋର୍ଟ ଆଧାରରେ ସମ୍ଭାବନା ରହିଛି।

ସୋରଡାରେ ବିଜୟ ଟିକା ପିନ୍ଧିପାରେ ବିଜେପି
ସେହିପରି ସୋରୋଡ଼ା ବିଧାନସଭା କ୍ଷେତ୍ରରେ ବିଜେଡି ଦୁର୍ଗକୁ ଭାଙ୍ଗି ବିଜେପି ବିଜୟଟୀକା ପିନ୍ଧିପାରେ ବୋଲି ପୂର୍ବାନୁମାନ କରାଯାଉଛି। ଆଉ ବିଭିନ୍ନ ରାଜନୈତିକ ମହଲରେ ଚମକାଇଦେଲା ଭଳି ଫଳାଫଳ ଏହି ଏକଜିଟ୍‌ ପୋଲରେ ଆସିଛି। ବିଜେଡିକୁ ମାତ୍‌ ଦେଇ ବିଜେପି ଏଠାରେ ପଦ୍ମ ଫୁଟାଇପାରେ ବୋଲି ସମ୍ଭାବନା ରହିଛି।

ସାନଖେମୁଣ୍ଡିରେ ତ୍ରିମୁଖୀ ଲଢ଼େଇ ହେବ!
ସମ୍ବାଦ ଓ କନକ ନ୍ୟୁଜ୍‌ ତରଫରୁ ହୋଇଥିବା ଏକଜିଟ୍‌ ପୋଲ୍‌ ରିପୋର୍ଟ ଆଧାରରେ, ସାନଖେମୁଣ୍ଡି ବିଧାନସଭା ଆସନରେ ତ୍ରିମୁଖୀ ଲଢ଼େଇ ଦେଖିବାକୁ ମିଳିପାରେ ବୋଲି ଆକଳନ କରାଯାଉଛି। ଗତ ନିର୍ବାଚନରେ ବିଜେଡି ଏଠାରେ ବିଜୟ ହୋଇଥିବାବେଳେ ଏଥର ତିନି ପ୍ରମୁଖ ଦଳ ମଧ୍ୟରେ କଡ଼ା ମୁକାବିଲା ହୋଇପାରେ ବୋଲି ସମ୍ଭାବନା ରହିଛି।

ହିଂଜିଳିରୁ ପୁଣି ଜିତିପାରେ ବିଜେଡି ସୁପ୍ରିମୋ
ସେହିପରି ବିଜେଡି ଜନ୍ମ ପରଠାରୁ ହିଂଜିଳି ବିଧାନସଭା ଆସନକୁ ପୁଣି ଦଖଲ କରିପାରେ ବିଜେଡି ବୋଲି ଏକଜିଟ୍‌ ପୋଲ ରିପୋର୍ଟ କହୁଛି। କାରଣ ଖୋଦ୍‌ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିର୍ବାଚନ ମଣ୍ଡଳୀକୁ ବିରୋଧୀଙ୍କ ପାଇଁ ଅଭେଦ ଗଡ଼ ଭଳି ରଖିଛନ୍ତି। ଯାହାକୁ ପୁଣି ଥରେ ବିରୋଧୀ ଭେଦ କରିବାରେ ସକ୍ଷମ ହୋଇାପରିବେ ନାହିଁ ବୋଲି ଏକଜିଟ୍‌ ପୋଲ୍‌ ରିପୋରର୍ଟରୁ ପୂର୍ବାନୁମାନ କରାଯାଉଛି।

ସମ୍ବନ୍ଧିତ ଖବର