ବାଲେଶ୍ୱର ଲୋକସଭା ବିଜେଡିକୁ ଯିବ, ୭ ବିଧାନସଭାରୁ ବିଜେପି ଓ ବିଜେଡି କୁ ୩-୩ ଆସନ, କଂଗ୍ରେସକୁ ୧

ଭୁବନେଶ୍ୱର: ୨୦୧୯ ପରୀକ୍ଷାର ଫଳାଫଳ ପୂର୍ବରୁ ମତଦାତାଙ୍କ ମୁଡ୍‌ ପରଖିଛି ସମ୍ବାଦ ଓ କନକ ନ୍ୟୁଜ୍‌। ଆଉ ରାଜ୍ୟ ଇତିହାସର ସବୁଠାରୁ ବଡ଼ ଏକଜିଟ୍‌ ପୋଲ୍‌ ରିପୋର୍ଟ ଆଧାରରେ ବାଲେଶ୍ୱର ଲୋକସଭା ଆସନକୁ ପୁଣି କବଜାକୁ ନେଇପାରେ ବିଜେଡି। ପୁଣି ଏଠାରେ ବିଜେଡିର ଶଙ୍ଖ ନାଦ କରିପାରନ୍ତିି ରବୀନ୍ଦ୍ର ଜେନା। ଆଉ ନିରାଶ ହୋଇ ପାରନ୍ତି ଅଭିଜ୍ଞ ବିଜେପି ନେତା ପ୍ରତାପ ଷଡ଼ଙ୍ଗୀ।

ସମ୍ବାଦ-କନକ ନ୍ୟୁଜ ତରଫରୁ ହୋଇଥିବା ୨୦୧୯ ମହାଯୁଦ୍ଧର ବଡ଼ ଏକଜିଟ୍‌ ପୋଲ୍‌ ରିପୋର୍ଟ ଅନୁସାରେ ଏହି ସଂସଦୀୟ କ୍ଷେତ୍ର ଅଧିନରେ ଥିବା ୭ଟି ବିଧାନସଭା ଆସନରେ ବିଜେଡି ଓ ବିଜେପି ମଧ୍ୟରେ କଡ଼ା ମୁକାବିଲା ହୋଇପାରେ ଯେଉଁଥିରେ ୭ଟି ବିଧାନସଭା କ୍ଷେତ୍ରରୁ ବିଜେଡି ଖାତାକୁ ୩ଟି ଏବଂ ବିଜେପି ଖାତାକୁ ୩ଟି ଆସନ ଆସିପାରେ ବୋଲି ରିାପୋର୍ଟ କହୁଛି। ସେହିଭଳି କଂଗ୍ରେସକୁ ମିଳିପାରେ ମାତ୍ର ଗୋଟିଏ ବିଧାନସଭା ସିଟ୍‌।

ବଡ଼ସାହିରେ ବିଜେପି କ୍ଷମତା ଭାର ସମ୍ଭାଳିପାରେ
ଚଳିତ ନିର୍ବାଚନରେ ଏହି ସସଂଦୀୟ କ୍ଷେତ୍ର ଅଧିନରେ ଥିବା ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡିକୁ ଚିତ କରି ବିଜେପି ଏଥର କ୍ଷମତା ଭାର ସମ୍ଭାଳିପାରେ ବୋଲି ମତଦାତାଙ୍କ ମୁଡ କହୁଛି। ଆଉ ବିଜେଡି ଓ କଂଗ୍ରେସକୁ ଏଠାରେ ଲୋକମାନେ ପ୍ରତ୍ୟାଖାନ କରିପାରନ୍ତିି ବୋଲି ସମ୍ବାଦ-କନକ ନ୍ୟୁଜରେ ହୋଇଥିବା ସବୁଠାରୁ ବଡ଼ ଏକଜିଟ୍‌ ପୋଲ୍‌ ରିପୋର୍ଟରେ ମତ ରଖିଛନ୍ତି। ମତଦାତା
ଅନ୍ୟପଟେ ଜଳେଶ୍ୱର ବିଧାନସଭା ଆସନକୁ ଏଥର ବିଜେଡି ପୁଣି ଦଖଲ କରିପାରେ ଆଉ ଉଭୟ କଂଗ୍ରେସ-ବିଜେପିକୁ ମାତ ଦେଇ ୨୦୧୪ର ଫଳାଫଳକୁ ରିପିଟ୍‌ କରିପାରନ୍ତି। ବିଜେଡି ପ୍ରାର୍ଥୀ ଅଶ୍ୱିନୀ ପାତ୍ର ବୋଲି ଏକଜିଟ୍‌ ପୋଲ ସର୍ଭେ ରିପୋର୍ଟ କହୁଛି।

ଭୋଗରାଇରେ ଦୁର୍ଗ ବଂଚାଇବ ବିଜେଡି
ସେପଟେ ବାଲେଶ୍ୱର ସଂସଦୀୟ କ୍ଷେତ୍ରର ଭୋଗରାଇ ବିଧାନସଭା ଆସନରେ ପୁର୍ନବାର ବିଜେଡି ଗଡ଼ ଅଭେଦ ରହିପାରେ। କାରଣ ବିଜେଡି ଜନ୍ମ ପରଠାରୁ ଭୋଗରାଇବାସୀଙ୍କ ଭରସା ମନ୍ତ୍ରୀ ତଥା ବିଜେଡି ବରିଷ୍ଠ ନେତା ଅନନ୍ତ ଦାସ ଜିତିଆସିଛନ୍ତି। ତେଣୁ ଏଥର ମଧ୍ୟ ଉଭୟ ବିଜେପି ଓ କଂଗ୍ରେସକୁ ପଛରରେ ପକାଇ ପାରନ୍ତି ବୋଲ ରିପୋର୍ଟ କହୁଛି।

ବସ୍ତାରେ କଂଗ୍ରେସ
ଅପରପକ୍ଷେ ବସ୍ତା ନିର୍ବାଚନ ମଣ୍ଡଳୀରେ ଗତ ୪ଟି ନିର୍ବାଚନରେ ବିଜୟ ବାନା ଉଡ଼ାଇ ଆସୁଥିବା ବିଜେଡି ବିଜୟ ରଥରେ ବ୍ରେକ୍‌ ଲାଗିପାରେ ଆଉ ବସ୍ତାରେ ଏଥର କଂଗ୍ରେସ ‘ହାତ’କୁ ମଜଭୁତ କରି ବିଜୟ ତିଳକ ପିନ୍ଧିପାରେ ବୋଲି ବୁଥ୍‌ ବାହୁଡ଼ା ମତ ବା ଏକଜିଟ୍‌ ପୋଲ୍‌ ରିପୋର୍ଟ କହୁଛି।

ବିଜେଡିକ ମାତ ଦେବ ବିଜେପି
ସେହିଭଳି ବାଲେଶ୍ୱର ବିଧାନସଭା କ୍ଷେତ୍ରରେ ବାଜିମାତ କରିପାରେ ବିଜେପି । ୧୯ ଯୁଦ୍ଧରେ ଜିତିବା ପାଇଁ ଯେଉଁ ପୁରୁଣା ଚେହେରାଙ୍କ ନେଇ ନୂଆ ଲଢ଼େଇ ଆରମ୍ଭ କରିଥିଲେ ତିନି ଦଳ ସେଥିରେ ବିଜେପିର ପଲା ଭାରି ରହିପାରେ ବୋଲି ବୁଥ୍‌ ଫେରନ୍ତା ମତ କହୁଛି। ଆଉ ବିଜେଡିର ହ୍ୟାଟ୍ରିକ୍‌ ବିଜୟ ସ୍ୱପ୍ନକୁ ଭାଙ୍ଗି ଧୂଳିସାତ କରିପାରେ ବିଜେପି ବୋଲି ଏକଜିଟ୍‌ ପୋଲ୍‌ ରିପୋର୍ଟ କହୁଛି ।

ବିଜେପି ସପକ୍ଷରେ ରେମୁଣା ଭୋଟ
ରିପୋର୍ଟ ଅନୁସାରେ, ରେମୁଣା ନିର୍ବାଚନ ମଣ୍ଡଳୀରେ ଏଥର ବିଜେଡିର ବିଜୟ ପଥକୁ ରୋକି ବିଜେପି ଏହି ଆସନକୁ ଦଖଲ କରିପାରେ। ନିର୍ବାଚନ ମଣ୍ଡଳୀ ଗଠନ ପରଠାରୁ ଏଠାରେ ଉଭୟ ବିଜେପି ଓ ବିଜେଡି ଥରେ ଲେଖାଏଁ କ୍ଷମତା ଭାର ସମ୍ଭାଳିଛନ୍ତିି କନ୍ତୁ ଏଥର ଏକଜିଟ୍‌ ପୋଲ୍‌ ବିଜେପି ସପକ୍ଷରେ ଯାଇପାରେ ବୋଲି ରିପୋର୍ଟ କହୁଛି।

ନୀଳଗିରିରେ ବିଜେଡ଼ି କରିବ ରିପିଟ
ଅନ୍ୟପଟେ ନୀଳଗିରି ବିଧାନସଭା ଆସନରେ ଏଥର ୨୦୧୪ର ଫଳାଫଳକୁ ରିପିଟ୍‌ କରିପାରେ ବିଜେଡି ବୋଲି ଏକଜିଟ୍‌ ପୋଲ୍‌ ରିପୋର୍ଟ କହୁଛି ବିଜେଡି ପ୍ରାର୍ଥୀ ସେନ୍ତୋଷ ଖଟୁଆଙ୍କୁ ନିଜର ନେତା ବାଛିପାରନ୍ତିି ନୀଳଗିରିବାସୀ ବୋଲି ସମ୍ବାଦ-କନକ ନ୍ୟୁଜ୍‌ ତରଫରୁ ହୋଇଥିବା ଏକଜିଟ୍‌ ପୋଲ୍‌ ରିପୋର୍ଟରୁ ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର