ଭଦ୍ରକ ଲୋକସଭାରେ କଡ଼ା ମୁକାବିଲା, ବିଧାନସଭାରେ ବିଜେଡ଼ିକୁ ୩, ବିଜେପିକୁ ୨, କଂଗେସକୁ ଗୋଟିଏ ଆସନ ଯାଇପାରେ

ଭୁବନେଶ୍ୱର: ଚଳିତ ସାଧାରଣ ନିର୍ବାଚନର ଫଳାଫଳ ପୂର୍ବରୁ ମତଦାତାଙ୍କ ମୁଡ୍‌ ପରଖିଛି ସମ୍ବାଦ ଓ କନକ ନ୍ୟୁଜ୍‌। ଏହି ରିପୋର୍ଟ ଆଧାରରେ ଭଦ୍ରକ ଲୋକସଭା ଆସନରେ ହୋଇପାରେ କଡ଼ା ମୁକାବିଲା। କାରଣ ତିନି ପ୍ରମୁଖ ଦଳରୁ ଏଥର ନୂଆ ମୁହଁ ମୈଦାନରେ ଅଛନ୍ତିି ବିଜେଡି ତରଫରୁ ରାଜନୀତିରେ ନବାଗତ ଭାବେ ପାଦ ଥାପିଥିବା ମଂଜୁଲତା ମଣ୍ଡଳ, ବିଜେପିର ଅଭିମନ୍ୟୁ ସେଠୀ ଓ କଂଗ୍ରେସ ତରଫରୁ ମଧୁମିତା ସେଠୀଙ୍କ ମଧ୍ୟରେ କ୍ଲୋଜ୍‌ ଫାଇଟ୍‌ ହୋଇବାରେ ବୋଲି ସର୍ଭେ ରିପୋର୍ଟ ପୂର୍ବାନୁମାନ କରିଛି।

ବିଜେଡ଼ିକୁ ୩ ଆସନ
ସେହିପରି ୧୯ ଯୁଦ୍ଧର ଫଳଫଳ ପୂର୍ବରୁ ଆସିଥିବା ଏକଜିଟ୍‌ ପୋଲ୍‌ ରିପୋର୍ଟ ଅନୁସାରେ ଏହି ସଂସଦୀୟ କ୍ଷେତ୍ର ଅଧିନରେ ଥିବା ୭ଟି ବିଧାନସଭା ଆସନରେ ବିଜେଡି ଲିଡ୍‌ କରିପାରେ ଏବଂ ୭ଟି ବିଧାନସଭା କ୍ଷେତ୍ରରୁ ବିଜେଡି ଖାତାକୁ ୩ଟି, କଂଗ୍ରେସ ଖାତାକୁ ୨ଟି ଏବଂ ବିଜେପି ଖାତାକୁ ମାତ୍ର ଗୋଟିଏ ଆସନ ଯିବାକୁ ସମ୍ଭାବନା ରହିଥିବାବେଳେ ଆଉ ଗୋଟଏ ବିଧାନସଭା ଆସନରେ କଡ଼ା ମୁକାବିଲା ହୋପାରେ ବୋଲି ରିପୋର୍ଟ କହୁଛି

ସୋରରେ ପରିବର୍ତ୍ତନ ଚାହିଁନାହାନ୍ତି ମତଦାତା
ଏହି ରିପୋର୍ଟ ମୁତାବକ ସୋର ବିଧାନସଭା ଆସନରେ ପୁଣିଥରେ ମୁଡ୍‌ ବଦଳାଇପାରନ୍ତି ଭୋଟର ବୋଲି ପୂର୍ବାନୁମାନ କରାଯାଉଛି। ଯାହାଫଳରେ ଦୀର୍ଘ ୫ ବର୍ଷ ଧରି କ୍ଷମତା ସମ୍ଭାଳିଥିବା ଏହି ବିଧାନସଭା ଆସନକୁ କଂଗ୍ରେସ ଅକ୍ତିଆର କରିପାରେ ବୋଲି ଏକଜିଟ୍‌ ପୋଲ ରିପୋର୍ଟରୁ ସମ୍ଭାବନା କରାଯାଉଛି।

ଭଣ୍ଡାରୀପୋଖରୀରେ ଶଙ୍ଖ ବାଜିବ
ଅନ୍ୟପଟେ ଭଣ୍ଡାରୀପୋଖରୀରେ ପୁଣି ଥରେ ବିଜେଡି ବାନା ଉଡ଼ିପାରେ ବୋଲି ମତଦାତା ସର୍ଭେ ରିପୋର୍ଟରେ ମତ ରଖିଛନ୍ତି। ସମ୍ବାଦ ଓ କନକ ନ୍ୟୁଜ୍‌ ଏକଜିଟ୍‌ ପୋଲ୍‌ ଅନୁସାରେ, ଏହି ବିଧାନସଭା ଆସନରେ ବିଜେଡି ହେଭିୱେଟ୍‌ ତଥା ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ବିଜେଡି ଦୁର୍ଗକୁ ସୁରକ୍ଷିତ ରଖିପାରନ୍ତି ବୋଲି ପୂର୍ବାନୁମାନ କରାଯାଉଛି। ଆଉ ନିଜର ଦ୍ୱିତୀୟ ଆସନ ଭାବେ ଏଠାରୁ ପ୍ରତିଦ୍ୱନ୍ଦିତା କରୁଥିବା ପିସିସି ସଭାପତି ନିରନ ପଟ୍ଟନାୟକ ପରାଜୟର ଦ୍ୱାର ଦେଖିପାରନ୍ତିି ବୋଲି ସର୍ଭେ ରିପୋର୍ଟରୁ ଅନୁମାନ କରାଯାଉଛି।

ସିମୁଲିଆରେ ବିଜେଡିର ଲାଗିବ ବ୍ରେକ୍‌
ସେହିଭଳି ସିମୁଳିଆ ବିଧାନସଭା ଆସନରେ ଏଥର ବିଜେଡିର ବିଜୟ ରଥରେ ବ୍ରେକ୍‌ ଲଗାଇପାରେ ବିଜେପି ବୋଲି ପୂର୍ବାନୁମାନ କରାଯାଉଛି। ସମ୍ବାଦ-କନକ ନ୍ୟୁଜ୍‌ ତରଫରୁ ହୋଇଥିବା ଏକଜିଟ୍‌ ପୋଲ୍‌ ରିପୋର୍ଟ ମୁତାବକ, ଏହି ଆସନରେ ବିଜେପି ଏଥର ବିଜୟ ତିଳକ ପିନ୍ଧିବାର ସମ୍ଭାବନା ରହିଛି।

ଭଦ୍ରକରେ ପୁଣି ବିଜେଡି
ଅନ୍ୟପଟରେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ବିଜେଡି ନିଜର ଦବଦବା ବଜାୟ ରଖିପାରେ ବୋଲି ଏକଜିଟ୍‌ ପୋଲ ରିପୋର୍ଟରୁ ପୂର୍ବାନୁମାନ କରାଯାଉଛି। ଗତ ୪ଟି ନିର୍ବାଚନରେ ଏହି ଆସନର ସ୍ୱାଦ ଉଭୟ ବିଜେଡି ଓ କଂଗ୍ରେସ ଦୁଇ ଥର ଲେଖାଏଁ ଚାଖିଥିବାବେଳେ ଏଥର ପୁଣି ବିଜେଡି ନିଜ ଅକ୍ତିଆରକୁ ନେଇପାରେ ବୋଲି ସର୍ଭେ ରିପୋର୍ଟରୁ ଆକଳନ କରାଯାଉଛି।

ବାସୁଦବେପୁରରେ ବିଜେଡି ଠାରୁ କ୍ଷମତା ଛଡ଼ାଇବ ବିଜେଡି
ଚଳିତ ନିର୍ବାଚନରେ ଭଦ୍ରକ ସଂସଦୀୟ କ୍ଷେତ୍ରର ବାସୁଦେବପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ କମାଲ କରିପାରେ କଂଗ୍ରେସ। ଆଉ ବିଜେଡି ହାତରୁ କ୍ଷମତା ଭାର ଛଡ଼ାଇ ନେଇ କଂଗ୍ରେସ ଏଥର ଏହି ଆସନକୁ କବଜା କରିପାରେ ବୋଲି ଏକଜିଟ୍‌ ପୋଲରୁ ପୂର୍ବାନୁମାନ କରାଯାଉଛି।

ଧାମନଗରରେ ତ୍ରିମୁଖୀ ଲଢ଼େଇ
ବୁଥ୍‌ ବାହୁଡ଼ା ମତ ଅନୁସାରେ, କେବଳ ଧାମନଗର ଆସନରେ ତ୍ରିମୁଖୀ ଲଢ଼େଇ ହୋଇପାରେ। ଗତ ଦୁଇଟି ନିର୍ବାଚନରେ ବିଜୟୀ ହୋଇ ଏଠାରେ ବିଜେଡି ଗଡ଼ କରି ରଖିଛି କିନ୍ତୁ ଏଥର ଏହି ଆସନକୁ କିଏ ଦଖଲ କରିବ ସେନେଇ ସସପେନ୍‌ସ ରହିଛି।

ଚାନ୍ଦବାଲିରେ ପୁଣି ବିଜେଡି
ଅପରପକ୍ଷେ ଚାନ୍ଦବାଲି ବିଧାନସଭା କ୍ଷେତ୍ରରେ ପୁଣି ନିଜର ଦବଦବା ବଜାୟ ରଖିପାରେ ବିଜେଡି ବୋଲି ଏକଜିଟ୍‌ ପୋଲ୍‌ ରିପୋର୍ଟରୁ ପୂର୍ବାନୁମାନ କରାଯାଉଛି । ବିଜେଡି ପ୍ରାର୍ଥୀ ବ୍ୟୋମେକେଶ ରାୟଙ୍କୁ ପୁଣିଥରେ ଚାନ୍ଦବାଲିବାସୀ ବିଜୟ ତିଳକ ପିନ୍ଧାଇ ପାରନ୍ତି ବୋଲି ସର୍ଭେ ରିପୋର୍ଟରୁ ପୂର୍ବାନୁମାନ କରାଯାଉଛି।

ସମ୍ବନ୍ଧିତ ଖବର