ବୁଥ୍ ବାହୁଡ଼ା ମତକୁ ନେଇ ଏବେ ରାଜ୍ୟ ରାଜନୀତିରେ ହଟଚମଟ : ଆସନ୍ତୁ ନଜର ପକାଇବା ରାଜ୍ୟର କେଉଁ ଲୋକସଭା ଓ ବିଧାନସଭା ଆସନରେ ହୋଇପାରେ କଡ଼ା ମୁକାବିଲା

ଭୁବନେଶ୍ୱର : ଆସନ୍ତା ୨୩ରେ ନିର୍ବାଚନ ଫଳାଫଳ ପୂର୍ବରୁ ଆସିଲା ଏକଜିଟ୍ ପୋଲ୍ ରିପୋର୍ଟ । ଆଉ ରାଜ୍ୟର ୨୧ଟି ଲୋକସଭା ଓ ୧୪୬ଟି ବିଧାନସଭା କ୍ଷେତ୍ରକୁ ନେଇ ମତାଦାତାଙ୍କ ମୁଡ୍ ପରଖିଲା ସମ୍ବାଦ-କନକ ନ୍ୟୁଜ୍। ୨୩ରେ ମତଗଣନା ହେବା ପୂର୍ବରୁ ଆଜି ଆସିଥିବା ଏକଜିଟ୍ ପୋଲ୍ ରିପୋର୍ଟରେ କେଉଁ ଲୋକସଭା ଏବଂ ବିଧାନସଭା ଆସନରେ କଡ଼ା ଟକ୍କର ହେବ ସେନେଇ ସମ୍ଭାବ୍ୟ ଫଳାଫଳ ସାମ୍ନାକୁ ଆସିଛି । ଆଉ ଏହି ବୁଥ୍ ବାହୁଡ଼ା ମତକୁ ନେଇ ଏବେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି ।

କେଉଁ ଲୋକସଭା ଓ ବିଧାନସଭା ଆସନରେ ହୋଇପାରେ କଡ଼ା ମୁକାବିଲା?
୨୩ ମତଗଣନା ଫଳାଫଳ ପୂର୍ବରୁ ଆସିଥିବା ଏହି ଏକ ଏକଜିଟ୍ ପୋଲ ରିପୋର୍ଟ ଉପରେ ନଜର ପକାଇଲେ ଜଣାପଡ଼େ ଯେ, ଉପପୂଳ ଓଡ଼ିଶାର ୬ଟି ଲୋକସଭା ଆସନ ମଧ୍ୟରୁ ୩ଟି ଲୋକସଭା ଆସନରେ କଡ଼ା ମୁକାବିଲା ହୋଇପାରେ । ଯେଉଁଥିରେ ପୁରୀ, ଯାଜପୁର ଓ କଟକ ଭଳି ହାଇଭୋଲଟେଜ୍ ଆସନ ଗୁଡ଼ିକ ରହିଛି । ସେହିଭଳି ଉପକୂଳ ଓଡ଼ିଶାର ୪୧ଟି ବିଧାନସଭା ଆସନ ମଧ୍ୟରୁ ୪ଟି ବିଧାନସଭା କ୍ଷେତ୍ରରେ କଡ଼ା ମୁକାବିଲା ହୋଇପାରେ ବୋଲି ଆକଳନ କରାଯାଉଛି ।

ପଶ୍ଚିମ ଓଡ଼ିଶାରେ ମଧ୍ୟ କଡ଼ା ଟକ୍କର?
ସମ୍ବାଦ-କନକ ନ୍ୟୁଜ୍ ତରଫରୁ ହୋଇଥିବା ବୁଥ୍ ବାହୁଡ଼ା ମତ ଅନୁସାରେ ମୋଟ୍ ପଶ୍ମିମ ଓଡ଼ିଶାର ୫ ଲୋକସଭା ଆସନ ମଧ୍ୟରୁ ମାତ୍ର ଗୋଟିଏ ସଂସଦୀୟ କ୍ଷେତ୍ରରେ କଡ଼ା ମୁକାବିଲା ହୋଇପାରେ । ଆଉ ଏହି ଆସନଟି ହେଉଛି କଳାହାଣ୍ଡି ଲୋକସଭା ଆସନ । ଯେଉଁଠି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, କଂଗ୍ରେସ ହେଭିୱେଟ୍ ଭକ୍ତଚରଣ ଦାସ ଓ ବିଜେଡି ତରଫରୁ ପ୍ରାର୍ଥୀ ହୋଇଥିବା ପୁଷ୍ପେନ୍ଦ୍ର ସିଂହଦେଓଙ୍କ ମଧ୍ୟରେ କଡ଼ା ଫାଇଟ୍ ହୋଇପାରେ ବୋଲି ରିପୋର୍ଟରୁ ପୂର୍ବାନୁମାନ କରାଯାଉଛି । ସେହିପରି ଏହି ସଂସଦୀୟ କ୍ଷେତ୍ର ଅଧିନରେ ଥିବା ମୋଟ୍ ୩୫ଟି ବିଧାନସଭା ଆସନ ମଧ୍ୟରୁ ୯ଟି ବିଧାନସଭା କ୍ଷେତ୍ରରେ କଡ଼ା ମୁକାବିଲା ହୋଇପାରେ ବୋଲି ଅନୁମାନ କରାଯାଉଛି ।

ଦକ୍ଷିଣ ଓଡ଼ିଶାରେ ହୋଇପାରେ କ୍ଲୋଜ୍ ଫାଇଟ୍?
୨୩ ମତଗଣନା ଫଳାଫଳ ପୂର୍ବରୁ ଆସିଥିବା ଏହି ଏକ ଏକଜିଟ୍ ପୋଲ ରିପୋର୍ଟ ଉପରେ ନଜର ପକାଇଲେ ଜଣାପଡ଼େ ଯେ, ଦକ୍ଷିଣ ଓଡ଼ିଶାର ମୋଟ୍ ୫ଟି ଲୋକସଭା ଆସନ ମଧ୍ୟରୁ ମାତ୍ର ଗୋଟିଏ ଆସନରେ କଡ଼ା ମୁକାବିଲା ହୋଇପାରେ । ଯେଉଁଥିରେ ରହିଛି କୋରାପୁଟ ଭଳି ହାଇଭୋଲଟେଜ୍ ଆସନ । ଉଭୟ ବିଜେଡି, ବିଜେପି ଓ କଂଗ୍ରେସ ପାଇଁ ଏଠାରେ କଡ଼ା ଟକ୍କର ହୋଇପାରେ ବୋଲି ପୂର୍ବାନୁମାନ କରାଯାଉଛି । ସେହିଭଳି ମୋଟ୍ ୩୫ଟି ବିଧାନସଭା ଆସନ ମଧ୍ୟରୁ ପାଖାପାଖି ୭ଟି ବିଧାନସଭା କ୍ଷେତ୍ରରେ କଡ଼ା ମୁକାବିଲା ହୋଇପାରେ । ଏହାସହ ଗୋଟିଏ ଆସନରେ ସ୍ୱାଧିନ ପ୍ରାର୍ଥୀ ବିଜୟୀ ହୋଇପାରନ୍ତି ବୋଲି ସମ୍ଭାବନା କରାଯାଉଛି ।

ଉତ୍ତର ଓଡ଼ିଶାରେ କଡ଼ା ମୁକିବିଲା ?
ସମ୍ବାଦ-କନକ ନ୍ୟୁଜ୍ ତରଫରୁ ହୋଇଥିବା ବୁଥ୍ ବାହୁଡ଼ା ମତ ଅନୁସାରେ ଉତ୍ତର ଓଡ଼ିଶାର ୫ ଲୋକସଭା ଆସନ ମଧ୍ୟରୁ ମାତ୍ର ଗୋଟିଏ ସଂସଦୀୟ କ୍ଷେତ୍ରରେ କଡ଼ା ମୁକାବିଲା ହୋଇପାରେ । ଆଉ ଏହି ଆସନଟି ହେଉଛି ଭଦ୍ରକ ଲୋକସଭା ଆସନ । ଯେଉଁଠି ଉଭୟ ତିନି ଦଳରୁ ପ୍ରଥମଥର ପାଇଁ ରାଜନୀତି ମୈଦାନରେ ଭାଗ୍ୟ ପରୀକ୍ଷା କରାଉଥିବା ଏହି ନବାଗତଙ୍କ ମଧ୍ୟରେ କଡ଼ା ଫାଇଟ୍ ହୋଇପାରେ ବୋଲି ରିପୋର୍ଟରୁ ପୂର୍ବାନୁମାନ କରାଯାଉଛି । ସେହିପରି ଏହି ସଂସଦୀୟ କ୍ଷେତ୍ର ଅଧିନରେ ଥିବା ମୋଟ୍ ୩୫ଟି ବିଧାନସଭା ଆସନ ମଧ୍ୟରୁ ୩ଟି ବିଧାନସଭା କ୍ଷେତ୍ରରେ କଡ଼ା ମୁକାବିଲା ହୋଇପାରେ ବୋଲି ଅନୁମାନ କରାଯାଉଛି ।

ସମ୍ବନ୍ଧିତ ଖବର