ବୁଥ ବାହୁଡ଼ା ମତକୁ ନେଇ କମ୍ପନ : ଲୋକସଭାରେ ବିଜେଡିକୁ ଝଟକା, ବିଜେପି ଗଦଗଦ, ବିଧାନସଭାରେ କିନ୍ତୁ ପୁଣି ବିଜେଡି, କଂଗ୍ରେସ ତୃତୀୟ

ଭୁବନେଶ୍ବର : ଶାସକ ବିଜୁ ଜନତା ଦଳ ପାଇଁ ୨୦୧୪ ନିର୍ବାଚନ ସଫଳତା ୨୦୧୯ରେ ଦୋହରାଇବା କଷ୍ଟ। ବିେଶଷକରି େଲାକସଭା ନିର୍ବାଚନରେ ୨୧ ଆସନରୁ ଅଧା କିମ୍ବା ତା’ ଠାରୁ ସାମାନ୍ୟ ଅଧିକ ବା କମ୍ ଆସନରେ ବିେଜଡି ପ୍ରାର୍ଥୀଙ୍କୁ ସଫଳତା ମିଳିବ। ଓଲଟା ଫଳ ବିେଜପି େକ୍ଷତ୍ରରେ ଦେଖିବାକୁ ମିଳିବା ଅସମ୍ଭବ ନୁହେଁ। ବିେଜଡି ଠାରୁ ବିେଜପି ଅଧିକ ଆସନ ଲାଭ କରିବ ବା ସାମାନ୍ୟ କମ୍ ବେଶି। କଂଗ୍ରେସର ଭାଗ୍ୟ କିନ୍ତୁ ସୁଧୁରିବାର ସାମାନ୍ୟ ସଙ୍କେତ ନାହିଁ। କେବଳ ଇଣ୍ଡିଆ ଟିଭିର ପୂର୍ବାନୁମାନ ବିେଜଡି ଖାତାରେ ଟିକିଏ ଅଧିକ ଆସନ େଯାଡିଛି।

େଲାକସଭାରେ ନରେନ୍ଦ୍ର େମାଦୀ ଏବଂ ବିଧାନସଭାରେ ନବୀନ ପଟ୍ଟନାୟକଙ୍କୁ ମୁଖିଆ ଭାବେ ଦେଖିବା ପାଇଁ େଭାଟର ମନସ୍ଥିର କରିଛନ୍ତି େବାଲି ଚର୍ଚ୍ଚା ଚାଲିଥିବା ବେଳେ ନିର୍ବାଚନ ଫଳାଫଳ (ଆସନ୍ତା ୨୩ ତାରିଖ) ପ୍ରକାଶ ପାଇବାର ୧୦୦ ଘଣ୍ଟା ପୂର୍ବରୁ ବିଭିନ୍ନ ସଂସ୍ଥା ଏହାକୁ ସୁୁହାଇବା ଭଳି ଖବର ଦେଇଛନ୍ତି। ଗୋଟିଏ ଦୁଇଟି ସଂସ୍ଥାକୁ ବାଦ୍ ଦେଲେ ବିଭିନ୍ନ ସଂସ୍ଥା ୨୦୧୯ େଲାକସଭା ନିର୍ବାଚନକୁ େନଇ େଯଉଁ ସର୍ଭେ ବା ବୁଥ ବାହୁଡା ମତ (ଏକଜିଟ୍ େପାଲ୍) ପ୍ରକାଶ କରିଛନ୍ତି, ତାହା ସ୍ପଷ୍ଟ ସଙ୍କେତ େଦଉଛି େଯ ଓଡ଼ିଶାର େଭାଟରଙ୍କ ମଧ୍ୟରୁ ଏକ ବଡ଼ ପ୍ରତିଶତ େମାଦୀଙ୍କ ସପକ୍ଷରେ େଲାକସଭାରେ ଓ ନବୀନଙ୍କ ସପକ୍ଷରେ ବିଧାନସଭାରେ ମତ େଦଇଛନ୍ତି। ଏଭଳି ମତଦାନ ଯଦି ବାସ୍ତବରୂପ ନେଇଥାଏ ଓ ୨୩ ତାରିଖରେ ଅନୁରୂପ ଫଳାଫଳ ଆସେ, ତେବେ ଓଡ଼ିଶା ଭୋଟର ରାଜନୈତିକ ଦୃଷ୍ଟିେକାଣରୁ ଅନ୍ୟ ସମସ୍ତଙ୍କ ଅପେକ୍ଷା ଯଥେଷ୍ଟ ସଚେତନ ଓ ତୃଣମୂଳ ପର୍ଯ୍ୟନ୍ତ ଉଭୟ େକନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଶାସନ ପ୍ରଣାଳୀର ପ୍ରଭାବ େଭଦିଛି ଏକଥା ପ୍ରମାଣିତ େହବ େବାଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ମତ ରଖୁଛନ୍ତି। ତେବେ ବୁଥ ବାହୁଡା ମତ ସବୁ ରାଜନୈତିକ ଦଳକୁ ଆଚମ୍ବିତ କରୁଛି। ବିେଜଡି ଶିବିରରେ ସାନି ହିସାବ ନିକାସ ଆରମ୍ଭ ହୋଇଥିବା େବଳେ ବିେଜପି ଶିବିର ଏହି ସଂଖ୍ୟାର ବାସ୍ତବତା େନଇ ମଧ୍ୟ ଅଙ୍କକଷା ଚଳାଇଛନ୍ତି।

କୌତୂହଳର କଥା ହେଲା, ବିେଜଡିର ଆଭ୍ୟନ୍ତରୀଣ ସର୍ଭେ ଏହା ସହିତ ଆଦୌ େମଳ ଖାଉନାହିଁ। ସେମାନଙ୍କ ରିେପାର୍ଟକୁ ବିଶ୍ବାସ କରାଗଲେ, ବିେଜଡି ୧୫ ଆସନରେ ଜିତିବ ଓ େଗାଟିଏ ଆସନରେ ବିଜେପି। ବାକି ୫ଟି ଆସନରେ ଉଭୟ କଂଗ୍ରେସ ଓ ବିେଜପି ସହିତ କଡ଼ା ଟକ୍କର ରହିଛି। ଦଳ ଜିତିପାରେ, ହାରିପାରେ ବି।

‘ସମ୍ବାଦ-କନକ ନ୍ୟୁଜ’ ପକ୍ଷରୁ କରାଯାଇଥିବା ସର୍ଭେ କହୁଛି, ଏଥର ଓଡ଼ିଶାର ୨୧ ଲୋକସଭା ଆସନ ମଧ୍ୟରୁ ବିଜେପି ୮ରୁ ୧୨ଟି ଆସନ ହାତେଇବ। ୮ଟି ଆସନରେ ବିଜେଡି ଓ େଗାଟିଏ ଆସନ କଂଗ୍ରେସ ଖାତାକୁ ଯାଇପାରେ। ସମାନ୍ତରାଳ ଭାବେ ଓଡ଼ିଶା ବିଧାନସଭା ନିର୍ବାଚନ ଲାଗି େହାଇଥିବା ମତଦାନ େକ୍ଷତ୍ରରେ ‘ସମ୍ବାଦ-କନକ ନ୍ୟୁଜ’ ରିେପାର୍ଟ କହୁଛି, ନିର୍ବାଚନ େହାଇଥିବା ୧୪୬ଟି ବିଧାନସଭା ଆସନ ମଧ୍ୟରୁ ବିେଜଡି ୮୫ରୁ ୯୫ ଆସନ ଦଖଲ କରିବ। ଅର୍ଥାତ୍ ଗତଥର ତୁଳନାରେ ୨୦ରୁ ଅଧିକ ଆସନ ହରାଇବା ଆଶଙ୍କାକୁ ଏଡାଇ ଦେଇ ହେବ ନାହିଁ।

‘ଟାଇମସ ନାଓ-ଭିଏମ୍ଆର୍’ ସର୍ଭେ କହୁଛି, େମାଦୀ ହାଵା ଓଡ଼ିଶାରେ େଲାକସଭା ନିର୍ବାଚନ େକ୍ଷତ୍ରରେ ଏଭଳି କାମ କରିଛି େଯ ବିଜେପିକୁ ୪୨% େଭାଟ ଯାଇଛି। କଂଗ୍ରେସ ସପକ୍ଷରେ ୨୧.୮% ଓ ବିଜେଡିକୁ ୩୩.୨% େଭାଟ େଦଇଛନ୍ତି। ଏହି କ୍ରମରେ ବିଜେପି ୧୨ଟି, କଂଗ୍ରେସ େଗାଟିଏ ଓ ବିଜେଡି ୮ଟି ଆସନ ଦଖଲ କରିପାରେ।

ଜନ କି ବାତ୍ ସଂସ୍ଥା ସର୍ଭେ ଅନୁସାରେ ବିଜେଡି ୮ଟି, ବିଜେପି ୧୨ଟି ଓ କଂଗ୍ରେସ େଗାଟିଏ ଆସନ ଦଖଲ କରିବ। ସି-ଭୋଟର କିନ୍ତୁ କହିଛି, ବିଜେଡି ଗତଥର ଅପେକ୍ଷା ୯ଟି ଆସନ କମ୍ ପାଇବ, ଅର୍ଥାତ୍ ଦଳ ୧୧ଟି େଲାକସଭା େକ୍ଷତ୍ରରେ ସର୍ବାଧିକ େଭାଟ ପାଇବ। କଂଗ୍ରେସ ଗତଥର ଭଳି ଏଥର ବି ମୂଳପୋଛ େହବ ଓ ବିଜେପି ଖାତାରେ ଗତ ଥର (୧ଟି) ସହିତ ଆଉ ୯ଟି ଆସନ େଯାଡି େହାଇଯିବ। ବିଜେପି ୧୦ଟି ଆସନ ଦଖଲ କରିବା ସମ୍ଭାବନା ଅଧିକ।

ନ୍ୟୁଜ-୧୮ ରିେପାର୍ଟ ଅନୁସାରେ, ବିେଜଡି ୧୨ରୁ ୧୪, କଂଗ୍ରେସ ୧-୨ ଓ ବିଜେପି ୬ରୁ ୮ଟି ଆସନ ଜିତିପାରେ। ଏନଡିଟିଭି ବିେଜଡିକୁ ୧୦ଟି ଆସନ ଦେଇଛି ଓ ବିେଜପିକୁ ବି ସେତିକି। ଆଉ େଗାଟିଏ ଆସନ ସଂପର୍କରେ କିଛି ବି ଦର୍ଶାଇନାହିଁ।

ଇଣ୍ଡିଆ ଟିଭି ରିେପାର୍ଟ କିନ୍ତୁ ଅଲଗା କଥା କହୁଛି। ଗତଥର ତୁଳନାରେ ବିେଜଡି ଅଳ୍ପ ସଂଖ୍ୟା ପାଇଲେ ବି ୧୫ଟି ଆସନରୁ କମିବ ନାହିଁ। ବିେଜପିକୁ ସେ ୬ଟି ଆସନ େଦଇଛି।

ବିଜେଡିର ଆଭ୍ୟନ୍ତରୀଣ ସର୍ଭେ ରିେପାର୍ଟ ବିଧାନସଭା ସଂପର୍କରେ ମଧ୍ୟ ଏକ ଦାବି ରଖିଛି। ନବୀନ ପଟ୍ଟନାୟକ ପୁଣି ମୁଖ୍ୟମନ୍ତ୍ରୀ ନିଶ୍ଚିତ ହେବେ। ପଞ୍ଚମ ଥରରେ ବି ବିେଜଡିର ସଂଖ୍ୟା ଏତେ କମିବନି, ଯାହା ବୁଥବାହୁଡା ମତ ଜରିଆରେ କୁହାଯାଉଛି। ଦାବି କରିଛି, ୧୪୬ଟି ଆସନରୁ ୧୦୫ଟି ଆସନରେ ବିଜେଡି ପ୍ରାର୍ଥୀ ଜିତିବା ନିଶ୍ଚିତ। ବିେଜପି ଖାତାକୁ ୧୦ଟି ଯିବ ଓ କଂଗ୍ରେସ ପାଇବ ୮ଟି ଆସନ। ଏହାବ୍ୟତୀତ କେଂଗ୍ରସ ଓ ବିଜେପି ସହିତ ୨୩ଟି ଆସନରେ ଅତ୍ୟନ୍ତ କଡ଼ା ମୁକାବିଲା େହଉଥିବା ଦଳ ସୂଚାଇଛି। ଏହି ଆସନ କାହା ସପକ୍ଷରେ ବି ଯାଇପାରେ।

୨୦୦୯ ନିର୍ବାଚନରେ ବିଜେଡି ୧୪ଟି ଲୋକସଭା ଆସନରେ ଜିତିଥିଲା । ବିଜେଡି ସହଯୋଗୀ ବାମ ଦଳ ଗୋଟିଏ ଆସନ ପାଇଥିଲା ବେଳେ ବାକି ୬ଟି ଆସନ କଂଗ୍ରେସକୁ ଯାଇଥିଲା।

ଉଲ୍ଲେଖଯୋଗ୍ୟ, ଏପ୍ରିଲ, ୧୧ ତାରିଖ (୭୩.୭୬%), ୧୮ ତାରିଖ (୭୨.୫୬%), ୨୩ ତାରିଖ (୭୧.୬୨%) ଓ ୨୯ ତାରିଖ (୭୪.୫%) ଏମିତି ଚାରିଟି ପର୍ଯ୍ୟାୟରେ ଓଡ଼ିଶାରେ ମତଦାନ େହାଇଥିଲା। େକାଟପା଼ଡ ବିଧାନସଭା ନିର୍ବାଚନମଣ୍ଡଳୀରେ ସର୍ବାଧିକ ୮୬.୮୩% େଭାଟର ମତଦାନ ପ୍ରକ୍ରିୟାରେ ଭାଗ େନଇଥିବା ବେଳେ ସର୍ବନିମ୍ନ ଥିଲା ଭୁବନେଶ୍ବର ମଧ୍ୟରେ ୪୩.୦୪%। ସେହିପରି େଲାକସଭା ନିର୍ବାଚନମଣ୍ଡଳୀକୁ ବିଚାରକୁ ନେଲେ ନବରଙ୍ଗପୁର ଆସନରେ ସର୍ବାଧିକ ୭୮.୮୯%, ଭୁବନେଶ୍ବର େଲାକସଭା ଆସନରେ ସର୍ବନିମ୍ନ ୫୯.୬୦% େଭାଟର ମତଦେଇଥିଲେ।

ସମ୍ବନ୍ଧିତ ଖବର