ଭୁବନେଶ୍ବର : ରବିବାର ବିଭିନ୍ନ ସଂସ୍ଥା ପକ୍ଷରୁ ପ୍ରକାଶ ପାଇଥିବା ବୁଥ୍ ବାହୁଡା ମତକୁ ନେଇ ରାଜନୈତିକ ମହଲରେ କମ୍ପନ ସୃଷ୍ଟି ହେଲାଣି। ଲୋକସଭାରେ କେଉଁ ଦଳ କେତେ ଆସନ ପାଇବ ତାକୁ ଗୋଟିଏ ମହଲ ଆଖିବୁଜା ବିଶ୍ବାସ କରି ଦିଲ୍ଲୀରେ ମୋଦୀ ସରକାର କରିବ ବୋଲି ଦୃଢ ମତ ରଖିଛନ୍ତି। ସମାନ୍ତରାଳ ଭାବେ ଏସବୁ ପୂର୍ବାନୁମାନ ସୁହାଉନଥିବା ଦଳ ଓ ବିଭିନ୍ନ ନେତା, କର୍ମୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କେବଳ ଜାତୀୟସ୍ତରର ସଂସ୍ଥା କରିଥିବା ଆକଳନ ଉପରେ ଏଭଳି ପ୍ରଶ୍ନ ଉଠିଛି ତା ନୁେହଁ, ପ୍ରଥମ ଥର ପାଇଁ ସମ୍ବାଦ-କନକ ନ୍ୟୁଜ ପକ୍ଷରୁ ବିଧାନସଭା ଓ ଲୋକସଭା ଆସନ ପାଇଁ କରାଯାଇଥିବା ସର୍ଭେ ରିପୋର୍ଟକୁ ନେଇ ମଧ୍ୟ ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଛି। କିଏ ଟ୍ବିଟ୍ କରି ପ୍ରତିକ୍ରିୟା ରଖିଲେଣି ତ ଆଉ କିଏ ସୋସିିଆଲ ମିଡିଆରେ ତୁହାକୁ ତୁହା ଏହା ଠିକ୍ ନୁହେଁ, ଆମେ ଜିତିବୁ ବୋଲି ପ୍ରଚାର ଚଳାଇଛନ୍ତି। ରାଜ୍ୟରେ ବିଜେଡି ପୁଣି ସରକାର କରିବ ବୋଲି ସର୍ଭେ ରିପୋର୍ଟ ଯାହା ଦର୍ଶାଉଛି, ତାହାକୁ ବିରୋଧୀ ସନ୍ଦେହ ସନ୍ଦେହ ଦୃଷ୍ଟିରେ ଦେଖିଛନ୍ତି। ଖୋଦ୍ ଶାସକ ବିଜେଡି ମଧ୍ୟ ସର୍ଭେ ରିପୋର୍ଟ ସଂଖ୍ୟାକୁ ନେଇ ଆପତ୍ତି ଉଠାଇଛି।
ଏହାକୁ ନେଇ ଗତ ୪୮ ଘଣ୍ଟା ଧରି ସମଗ୍ର ରାଜ୍ୟରେ ଘମାଘୋଟ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଛି। ନେତାଙ୍କ ଜିତିବା ହାରିବା ସଂପର୍କରେ କର୍ମୀ ପ୍ରଶ୍ନ କରିବା ଆରମ୍ଭ କଲେଣି। ଏଣୁ ଭୋଟ ଫଳାଫଳକୁ ନେଇ ପୂର୍ବାନୁମାନ ନେତା ଓ ଦଳକୁ ଅକଳରେ ପକାଇ ଦେଇଛି। ଆସନ୍ତା ୨୩ ତାରିଖ ଦିନ ଭୋଟ ଗଣତି ହେବ। ଏହି ପୂର୍ବାନୁମାନ ବାସ୍ତବ ରୂପ ନେବ ନା ନାହିଁ ତାହା ଜଣାପଡିବ।
ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ପୂର୍ବାନୁମାନ ନେଇ ଚାଲିଥିବା ବୟାନ ବାଜି ଉପରେ ପ୍ରଶ୍ନ ଉଠାଇଲେଣି। ଯୁକ୍ତି ରଖିଛନ୍ତି, ୨୦୧୪ ମସିହାରେ ଓଡ଼ିଶା ସଂପର୍କରେ ହୋଇଥିବା ସବୁ ପୂର୍ବାନୁମାନ ଭୁଲ ହୋଇଥିଲା। କଂଗ୍ରେସକୁ ଆସନ ମିଳିବ ବୋଲି ସର୍ଭେ ରିେପାର୍ଟ କହୁଥିଲା, ହେଲେ େଲାକସଭା ନିର୍ବାଚନରେ ହାତ ଚିହ୍ନରେ ଜଣେ ବି ସାଂସଦ ଜିତିପାରିନଥିଲେ। ସେହିଭଳି ବିେଜପିକୁ ଯେଉଁ ସଂଖ୍ୟା ସର୍ଭେରେ ମିଳିଥିଲା, ତାହା େଭାଟ ଗଣତି ଦିନ ଇଭିଏମ୍ ରିେପାର୍ଟ ଠାରୁ ସମ୍ପୂର୍ଣ୍ଣ ଅଲଗା ଥିଲା। ଆକଳନ ଠାରୁ ଯଥେଷ୍ଟ ଅଧିକ ସଂଖ୍ୟା ହାସଲ କରିଥିବା ବିେଜଡି। ବୁଥ ବାହୁଡା ମତ କେବଳ ନିର୍ବାଚନୀ େସ୍ରାତ କେଉଁ ଆଡକୁ ଯାଉଛି, େସ େନଇ ସଙ୍କେତ େଦଇପାରେ। ସଂଖ୍ୟା ଆକଳନ କରିବା କଷ୍ଟ। ଏହା ସତ୍ତ୍ବେ ରାଜନୈତିକ ବୟାନବାଜି ଓ େନତାମାନେ ପ୍ରତିକ୍ରିୟାଶୀଳ େହାଇପଡିବା ପରୋକ୍ଷରେ ସେମାନଙ୍କର ଆତ୍ମବିଶ୍ବାସ ଉପରେ ପ୍ରଶ୍ନଚିହ୍ନ ଲଗାଉଛି।
ଉଲ୍ଲେଖଥାଉକି, ୨୦୧୪ େମ’ ୧୬ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିଲା। ସେହିବର୍ଷ େମ’୧୧ ତାରିଖରେ ପ୍ରକାଶ ପାଇଥିବା ବୁଥ ବାହୁଡା ମତ ଓ ୧୬ ତାରିଖ ଫଳାଫଳ ମଧ୍ୟରେ ଆକାଶପାତାଳ ଫରକ େଦଖାଯାଇଥିଲା।
ସେତେବେଳେ ସିଏନଏନ୍ ସଂସ୍ଥା ଦର୍ଶାଇଥିଲା େଯ ବିେଜଡି ୧୨ରୁ ୧୬ ଆସନରେ ଜିତିବ। ବିଜେପି ୩ରୁ ୭ ଓ କଂଗ୍ରେସ ୧ରୁ ୩ଟି ଆସନ ପାଇପାରେ। ଇଣ୍ଡିଆ ଟିଭି ୧୧ଟି େଲାକସଭା େକ୍ଷତ୍ର ବିେଜଡିକୁ ଯିବ େବାଲି ଦର୍ଶାଇଥିଲା। ୭ଟି ବିେଜପିକୁ ଓ ୪ଟି ଆସନ କଂଗ୍ରେସକୁ ଦେଇଥିଲା।
ସେହିଭଳି ଟାଇମ୍ସ ନାଓ ଦର୍ଶାଇଥିଲା େଯ ବିେଜଡି ୧୫ େଲାକସଭା େକ୍ଷତ୍ରରେ ଜିତିବ। େଗାଟିଏ ଆସନରେ ବିେଜପି ଜିତିବ େବାଲି ପୂର୍ବାନୁମାନ କରିଥିଲା ଓ ବାକି ୫ଟି ଆସନରେ କଂଗ୍ରେସ ଜିତିବ େବାଲି ସର୍ଭେ ରିେପାର୍ଟରେ ପ୍ରକାଶ ପାଇଥିଲା। ଏବିପି ଜଣାଇଥିଲା େଯ ୯ଟି ବିେଜଡି, ୧୦ଟି ବିେଜପି ଓ କଂଗ୍ରେସ ୨ଟି ଆସନ ହାତେଇବ। ଇଣ୍ଡିଆ ଟୁଡେ ରିେପାର୍ଟ କହିଥିଲା, ୧୦ରୁ ୧୪ ଆସନ ଜିତିପାରେ ବିେଜଡି। ୫ରୁ ୭ ଆସନରେ ବିେଜପି ଏବଂ ୧ରୁ ୩ଟି ଆସନରେ କଂଗ୍ରେସ ଜିତିବା ସମ୍ଭାବନା ଅଧିକ। ଏସବୁ ଆକଳନ ଭୁଲ େହାଇଥିଲା ଓ େମ’୧୬ରେ ନିର୍ବାଚନ ଫଳାଫଳରେ ବିଜେଡିକୁ ୨୦ଟି ଆସନ ମିଳିଥିଲା ଓ ବିଜେପିକୁ େଗାଟିଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/exit-polling-f.jpg)