ସାତ୍ୱିକ୍ କାଉନସିଲ୍ ପକ୍ଷରୁ ଓଡ଼ିଶାରେ କାରବାର ସମ୍ପ୍ରସାରଣ

ଭୁବନେଶ୍ୱର : ଅଣ ଲାଭକାରୀ ସଂଗଠନ ତଥା ବିଶ୍ୱର ପ୍ରଥମ ନିରାମିଷ ଖାଦ୍ୟ ଏବଂ ଲାଇଫ୍ ଷ୍ଟାଇଲ୍ ଷ୍ଟାଣ୍ଡାର୍ଡ ଡେଭଲପମେଣ୍ଟ ସଂସ୍ଥା ସାତ୍ୱିକ୍ କାଉନସିଲ୍ ଅଫ୍ ଇଣ୍ଡିଆ (ଏସ୍ସିଆଇ) ପକ୍ଷରୁ ଓଡ଼ିଶାରେ ଏହାର କାରବାର ସମ୍ପ୍ରସାରଣ କରାଯାଇଛି । ଏହି ଅବସରରେ ସାତ୍ୱିକ୍ କାଉନସିଲ୍ ଅଫ୍ ଇଣ୍ଡିଆର ପ୍ରତିଷ୍ଠାତା ଅଭିଷେକ ବିଶ୍ୱାସ କହିଲେ, ଆମ ସଂସ୍ଥାର ବିକାଶ ଧାରା ଜାରି ରହିଛି । ଏପରିସ୍ଥଳେ ଅନ୍ୟ ବୃହତ୍ ବ୍ରାଣ୍ଡଗୁଡ଼ିକ ସାତ୍ୱିକ୍ ସାର୍ଟିଫିକେଶନ ପାଇଁ ଉଦ୍ୟମ କରୁଛନ୍ତି । ତେଣୁ ଚାହିଦା ବୃଦ୍ଧି ପାଉଥିବା ଅଂଚଳରେ ଆମେ ଶାଖା ଖୋଲିବାର ପ୍ରୟାସ କରୁଛୁ । ଏଣୁ ପ୍ରଥମ ସହର ଭାବେ ଆମେ ଭୁବନେଶ୍ୱରରେ ପାଦ ଥାପିଛୁ । ସତ୍ୟନାରାୟଣ ମହାପାତ୍ରଙ୍କୁ ରାଜ୍ୟ ପ୍ରତିନିଧି ଭାବେ ସାତ୍ୱିକ୍ କାଉନସିଲ୍ ଅଫ୍ ଇଣ୍ଡିଆ ପକ୍ଷରୁ ନିଯୁକ୍ତ କରାଯାଇଛି।

ଏହି ଅବସରରେ ସତ୍ୟନାରାୟଣ ମହାପାତ୍ର କହିଲେ, ସାତ୍ୱିକ୍ କାଉନସିଲ୍ ଅଫ୍ ଇଣ୍ଡିଆ ବିଶ୍ୱର ନିରାମିଷ ଗ୍ରାହକଙ୍କ ପାଇଁ ଏକ ନିରାମିଷ ପରିବେଶ ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରିଥାଏ । ବିଶ୍ୱର ସମସ୍ତ ନିରାମିଷ ଗ୍ରାହକଙ୍କ ଲାଗି ଏହା ଏକ ଶ୍ରେଷ୍ଠତମ ସ୍ଥାନ ପାଲଟିପାରିଛି । ଫୁଡ୍ ସପ୍ଳାଏଚେନ ନୂତନ ଏସ୍ଓପି ଏବଂ ମାନକ ଆଧାରରେ ସାତ୍ୱିକ୍ ମାର୍କ ଟ୍ରଷ୍ଟ୍ ଏବଂ ବିଲିଫ୍ର ଗ୍ୟାରେଂଟି ପ୍ରଦାନ କରିବା ସହିତ ୧୦୦ ପ୍ରତିଶତ ଭେଜିଟେରିଆନ୍/ଭେଗାନ୍ ଉତ୍ପାଦ ନିଶ୍ଚିତ କରିଥାଏ । ଗତ ୧୦ ବର୍ଷ ମଧ୍ୟରେ ସାତ୍ୱିକ୍ କାଉନସିଲ୍ ଫୁଡ୍ ଏବଂ ହସ୍ପିଟାଲିଟି କ୍ଷେତ୍ରରେ ଏସ୍ଓପି ବିକଶିତ କରିବା ସହିତ ସାତ୍ୱିକ୍ କ୍ୱାଲିଟି ମ୍ୟାନେଜମେଂଟ ମାନୁଆଲ୍, ଭେଜିଟେରିଆନ୍ କ୍ୱାଲିଟି କିଚେନ୍ ମ୍ୟାନେଜମେଂଟ୍ ମାନୁଆଲ ଏବଂ ଭେଜିଟେରିଆନ୍ ହସ୍ପିଟାଲିଟି ମ୍ୟାନେଜମେଂଟ ମାନୁଆଲ ଆଦି ୩ଟି ମାନୁଆଲ ବିକଶିତ କରିପାରିଛି । ସାତ୍ୱିକ୍ କାଉନସିଲ୍ ଅଫ୍ ଇଣ୍ଡିଆ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ଭେଜିଟେରିଆନ୍/ଭେଗାନ୍ କ୍ଷେତ୍ରରେ ୨୦୨୫ ସୁଦ୍ଧା ୧,୦୦,୦୦୦ ସାର୍ଟିଫାଏଡ୍ ସ୍କଲ୍ଡ୍ ରିସୋର୍ସ ସୃଷ୍ଟି କରିବାର ଲକ୍ଷ୍ୟ ରଖିଛି । ଏହା ସହିତ ୨୦୨୫ ସୁଦ୍ଧା କିଚେନ୍/ହଷ୍ଟେଲ/ ଉତ୍ପାଦ ଏବଂ ଟେକ୍ସଟାଇଲ୍ ସମେତ ପ୍ରାୟ ୧ ନିୟୁତ ଏଷ୍ଟାବ୍ଲିଶ୍ମେଂଟ୍ ସୃଷ୍ଟିର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ସମ୍ପ୍ରତି ସାତ୍ୱିକ୍ କାଉନସିଲ୍ ଅଫ୍ ଇଣ୍ଡିଆ ଗ୍ଲୋବାଲ ଅଡିଟ୍ ପାର୍ଟନର ବ୍ୟୁରୋ ଭେରିଟାସ୍ ସହିତ ମିଳିତ ହୋଇଛି । ଏହା ମାଧ୍ୟମରେ ଭେଜିଟେରିଆନ୍ ସାର୍ଟିଫିକେଶନଠାରୁ ଆରମ୍ଭ କରି ଶ୍ରୀ ରାମାୟଣ ଯାତ୍ରା ନୂଆଦିଲ୍ଲୀର ସଫଦରଜଙ୍ଗ ରେଳଷ୍ଟେଶନରେ ଆରମ୍ଭ କରାଯାଇ ଭେଜିଟେରିଆନ୍ ଫ୍ରେଣ୍ଡ୍ଲି ରେଲୱେ ସର୍ଭିସର ଆରମ୍ଭ ହୋଇଛି । ଶ୍ରୀ ରାମାୟଣ ଯାତ୍ରା ପ୍ରଥମ ଭେଜିଟେରିଆନ୍ ଫ୍ରେଣ୍ଡ୍ଲି ଟ୍ରେନ୍ । ବ୍ୟୁରୋ ଭେରିଟାସ୍ ଏକ ଫ୍ରେଞ୍ଚ କମ୍ପାନି। ଏହାର ଇନସ୍ପେକଶନ୍, ଟେଷ୍ଟିଂ ଏବଂ ସାର୍ଟଫିକେସନ କ୍ଷେତ୍ରରେ ବିଶ୍ୱସ୍ତରରେ ଖ୍ୟାତି ରହିଛି।

ସମ୍ବନ୍ଧିତ ଖବର