‘କଳିଙ୍ଗରାଜ’କୁ ସୁହାଉଛି କମ୍‌ ବର୍ଷା: ମକାର ରେକର୍ଡ ଉତ୍ପାଦନ ଆଶା

ଭୁବନେଶ୍ବର : ରାଜ୍ୟରେ ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ଏ ବର୍ଷ ଧାନ ଉତ୍ପାଦନ ହ୍ରାସ ପାଇବ ବୋଲି ଆଶଙ୍କା କରାଯାଉଛି। କିନ୍ତୁ ଅନ୍ୟ ଦିଗରେ ବର୍ଷା ଋତୁରେ ଅପେକ୍ଷାକୃତ କମ୍‌ ବର୍ଷା ଯୋଗୁଁ ମକା ଉତ୍ପାଦନ ରେକର୍ଡ କରିବ ବୋଲି କହିଛନ୍ତି ଓୟୁଏଟି କୃଷି ବିଶେଷଜ୍ଞ ଅମରେଶ ଖୁଣ୍ଟିଆ। ଓୟୁଏଟି ପକ୍ଷରୁ ବିକଶିତ କରାଯାଇଥିବା ମକାର ହାଇବ୍ରିଡ୍‌ କିସମ ‘କଳିଙ୍ଗରାଜ’ ଚାଷୀଙ୍କୁ ଲାଭ ଦେବ ବୋଲି ସେ କହିଛନ୍ତି।

ରାଜ୍ୟର ପାହାଡ଼ିଆ ଏବଂ ଢିପ ଜମି ଥିବା ୧୬ଟି ଜିଲ୍ଲା ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, ଭବାନୀପାଟନା, ନୂଆପଡ଼ା, ଗଜପତି, ଫୁଲବାଣୀ, ବୌଦ୍ଧରେ ମକା ଉତ୍ପାଦନ ସର୍ବାଧିକ ହୁଏ। ବର୍ତ୍ତମାନ ଅନ୍ୟ ଅଞ୍ଚଳରେ ମଧ୍ୟ ମକା ପ୍ରତି ଆଗ୍ରହ ବଢ଼ିଲାଣି। ସୂଚନା ଅନୁଯାୟୀ ଚଳିତ ବର୍ଷ ରାଜ୍ୟରେ ୧୦୦ ହେକ୍ଟର ଅଞ୍ଚଳରେ କଳିଙ୍ଗରାଜ ବିହନ ମକା ଚାଷ କରିଛନ୍ତି ଚାଷୀ। ବର୍ତ୍ତମାନର ପାଣିପାଗରେ ଏହା ଭଲ ବଢୁଛି। ଖରିଫ୍‌ରେ ମକା ଉତ୍ପାଦନ ସେତେ ଅଧିକ ନହେଲେ ମଧ୍ୟ ନଭେମ୍ବର ମାସରେ ଏହାର ଅମଳ ହେକ୍ଟର ପିଛା ୫୦ କ୍ବିଣ୍ଟାଲରୁ ଅଧିକ ହେବ ନେଇ ଆଶା ରହିଛି। କଳିଙ୍ଗରାଜ ସଫଳ ହେଲେ ଓୟୁଏଟି ପକ୍ଷରୁ ଏହାର ବିହନ ବିକ୍ରି ପାଇଁ ମଧ୍ୟ ଯୋଜନା କରାଯାଉଛି। ଏଭଳି ହେଲେ ଚାଷୀ ଲାଭାନ୍ବିତ ହେବେ ଏବଂ ବିହନ କ୍ରୟ ହେଲେ କ୍ଷତିଗ୍ରସ୍ତ ହେବେ ନାହିଁ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର