କୃଷି, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ଖର୍ଚ୍ଚଦାବି ପାରିତ

ଭୁବନେଶ୍ୱର : ବିଧାନଭାରେ ଆଜି କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ୧୪୩ କୋଟି ୬୫ ଲକ୍ଷ ୩୫ ହଜାର ଟଙ୍କାର ଅତିରିକ୍ତ ଖର୍ଚ୍ଚଦାବି ଗୃହୀତ ହୋଇଛି। ଏହା ସହିତ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ୧୪ କୋଟି ୮୧ ଲକ୍ଷ ୫୨ ହଜାର ଟଙ୍କାର ଖର୍ଚ୍ଚଦାବି ପାରିତ ହୋଇଛି। ଗୃହରେ କୃଷି ମନ୍ତ୍ରୀଙ୍କ ତରଫରୁ ରାଜସ୍ବ ପ୍ରମିଳା ମଲ୍ଲିକ ଏହି ଖର୍ଚ୍ଚଦାବିକୁ ଆଗତ କରିଥିଲେ। ଖର୍ଚ୍ଚଦାବି ଆଲୋଚନା ବେଳେ ଶିକ୍ଷକ ଆନ୍ଦୋଳନ ନେଇ କଂଗ୍ରେସ ଓ ବିଜେପି ସଭ୍ୟମାନେ ଗୃହରେ ହୋହଲ୍ଲା ଜାରି ରଖିଥିଲେ। କେବଳ ଶାସକ ଦଳ ସଭ୍ୟ ଅମର ଶତପଥୀ ଆଲୋଚନାରେ ଭାଗ ନେଇଥିଲେ। ଆଲୋଚନା ପରେ ଓଡ଼ିଶାରେ କୃଷିର ବିକାଶ ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ମନ୍ତ୍ରୀ କହିଥିଲେ। ଏହା ପରେ ଖର୍ଚ୍ଚଦାବି ପାରିତ ହୋଇଥିଲା।

ସମ୍ବନ୍ଧିତ ଖବର