ବିଭିନ୍ନ ଷ୍ଟେସନରେ ଭିନ୍ନ ଭିନ୍ନ ଟ୍ରେନ୍ ପାଇଁ ପରୀକ୍ଷାମୂଳକ ରହଣି ବ୍ୟବସ୍ଥା

ଭୁବନେଶ୍ବର : ଯାତ୍ରୀମାନଙ୍କ ସୁବିଧା ଏବଂ ଚାହିଦାକୁ ଦୃଷ୍ଟିରେ ରଖି ପରୀକ୍ଷାମୂଳକ ଭିତ୍ତିରେ ୭ ଷ୍ଟେସନରେ ୧୯ଟି ଟ୍ରେନର ଅତିରିକ୍ତ ରହଣି ପାଇଁ ରେଳମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ୧୮୧୦୭ ରାଉରକେଲା-ଜଗଦଳପୁର-ରାଉରକେଲା ଏକ୍ସପ୍ରେସ ରାଉରକେଲା ଠାରୁ ଜୁନ ପହିଲାରୁ ଏବଂ ଜଗଦଳପୁରରୁ ଜୁନ ୨ ତାରିଖ ଠାରୁ କୋଟପାଡ଼ ରୋଡ୍ ଷ୍ଟେସନରେ ରହଣି କରିବ। ରାଉରକେଲାରୁ ଏହି ଟ୍ରେନ୍ କୋଟପାଡ଼ ରୋଡ୍ ଷ୍ଟେସନ ଠାରେ ପୂର୍ବାହ୍ନ ୮ଟା ୪୫ରେ ପହଞ୍ଚି ପୂର୍ବାହ୍ନ ୮ଟା ୪୭ରେ ଛାଡ଼ିବ। ଫେରିବା ମାର୍ଗରେ ଜଗଦଳପୁରରୁ ଏହି ଟ୍ରେନ୍ ଅପରାହ୍ନ ୨ଟା ୪୩ରେ ପହଞ୍ଚି ଅପରାହ୍ନ ୨ଟା ୪୫ରେ ଛାଡ଼ିବ। ୧୮୪୪୭/୧୮୪୪୮ ଭୁବନେଶ୍ୱର-ଜଗଦଳପୁର-ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ ଉଭୟ ପାର୍ଶ୍ୱରୁ ଜୁନ ପହିଲା ଠାରୁ କୋଟପାଡ଼ ରୋଡ୍ ଷ୍ଟେସନରେ ରହଣି କରିବ। ଭୁବନେଶ୍ୱରରୁ ଏହି ଟ୍ରେନ୍ କୋଟପାଡ଼ ରୋଡ୍ ଷ୍ଟେସନ ଠାରେ ପୂର୍ବାହ୍ନ ୯ଟା ୫୫ରେ ପହଞ୍ଚି ପୂର୍ବାହ୍ନ ୯ଟା ୫୭ରେ ଛାଡ଼ିବ। ଫେରିବା ମାର୍ଗରେ ଜଗଦଳପୁରରୁ ଏହି ଟ୍ରେନ୍ କୋଟପାଡ଼ ରୋଡ୍ ଷ୍ଟେସନ ଠାରେ ସନ୍ଧ୍ୟା ୫ଟା ୩ରେ ପହଞ୍ଚି ସନ୍ଧ୍ୟା ୫ଟା ୫ରେ ଛାଡ଼ିବ।

୧୮୫୧୪/୧୮୫୧୩ ବିଶାଖାପାଟନମ୍-କିରାଣ୍ଡୁଲ୍-ବିଶାଖାପାଟନମ୍ ଏକ୍ସପ୍ରେସ୍ ବିଶାଖାପାଟନମ୍ ଠାରୁ ଜୁନ ପହିଲା ଠାରୁ ଏବଂ କିରାଣ୍ଡୁଲ୍ ଠାରୁ ଜୁନ ୨ତାରିଖ ଠାରୁ କୋଟପାଡ଼ ରୋଡ୍ ଷ୍ଟେସନ ଠାରେ ରହଣି କରିବ। ବିଶାଖାପାଟନମରୁ ଏହି ଟ୍ରେନ୍ କୋଟପାଡ଼ ରୋଡ୍ ଷ୍ଟେସନ ଠାରେ ଭୋର ୪ଟା ୧୩ରେ ପହଞ୍ଚି ଭୋର ୪ଟା ୧୫ରେ ଛାଡ଼ିବ। ଫେରିବା ମାର୍ଗରେ କିରାଣ୍ଡୁଲରୁ ଏହି ଟ୍ରେନ୍ କୋଟପାଡ଼ ରୋଡ୍ ଷ୍ଟେସନ ଠାରେ ସନ୍ଧ୍ୟା ୭ଟାରେ ପହଞ୍ଚି ସନ୍ଧ୍ୟା ୭ଟା ୨ରେ ଛାଡ଼ିବ। ୧୮୧୧୭/୧୮୧୧୮ ରାଉରକେଲା-ଗୁଣୁପୁର-ରାଉରକେଲା ରାଜ୍ୟରଣୀ ଏକ୍ସପ୍ରେସ ରାଉରକେଲାରୁ ଜୁନ ୪ରୁ ଏବଂ ଗୁଣୁପୁରରୁ ଜୁନ ୫ରୁ କାଳୁପଡ଼ାଘାଟ ଷ୍ଟେସନରେ ରହଣି କରିବ। ରାଉରକେଲାରୁ ଏହି ଟ୍ରେନ୍ କାଳୁପଡ଼ାଘାଟ ଷ୍ଟେସନରେ ସକାଳ ୭ଟା୧୩ରେ ପହଞ୍ଚି ୭ଟା ୧୫ରେ ଛାଡ଼ିବ। ଫେରିବା ମାର୍ଗରେ ଗୁଣୁପୁରରୁ ଏହି ଟ୍ରେନ୍ କାଳୁପଡ଼ାଘାଟ ଷ୍ଟେସନରେ ରାତି ୮ଟା ୪୬ରେ ପହଞ୍ଚି ରାତି ୮ଟା ୪୮ରେ ଛାଡ଼ିବ।

The Indian Express

୧୨୮୪୩/୧୨୮୪୪ ପୁରୀ-ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ ପୁରୀରୁ ଜୁନ୍‌ ୬ରୁ ଏବଂ ଅହମ୍ମଦାବାଦରୁ ଜୁନ୍ ୫ରୁ ସାକ୍ଷୀଗୋପାଳ ଷ୍ଟେସନରେ ରହଣି କରିବ। ପୁରୀରୁ ଏହି ଟ୍ରେନ୍ ସାକ୍ଷୀଗୋପାଳ ଷ୍ଟେସନରେ ସନ୍ଧ୍ୟା ୫ଟା ୪୭ରେ ପହଞ୍ଚିବ ଏବଂ ସନ୍ଧ୍ୟା ୫ଟା ୪୯ରେ ଛାଡ଼ିବ। ଫେରିବା ମାର୍ଗରେ ଅହମ୍ମଦାବାଦରୁ ଏହି ଟ୍ରେନ୍ ସାକ୍ଷୀଗୋପାଳ ଷ୍ଟେସନରେ ସକାଳ ୭ଟା ୩୦ରେ ପହଞ୍ଚି ସକାଳ ୭ଟା ୩୨ରେ ଛାଡ଼ିବ। ୧୨୮୨୨/୧୨୮୨୧ ପୁରୀ-ସାଲିମାର-ପୁରୀ ଧଉଳି ଏକ୍ସପ୍ରେସ ଜୁନ୍ ୬ରୁ ଉଭୟ ପାର୍ଶ୍ୱରୁ ସାକ୍ଷୀଗୋପାଳ ଷ୍ଟେସନରେ ରହଣି କରିବ। ପୁରୀରୁ ଏହି ଟ୍ରେନ୍ ସାକ୍ଷୀଗୋପାଳ ଷ୍ଟେସନରେ ପୂର୍ବାହ୍ନ ୧୦ଟା ୪୧ରେ ପହଞ୍ଚି ପୂର୍ବାହ୍ନ ୧୦ଟା ୪୩ରେ ଛାଡ଼ିବ। ଫେରିବା ମାର୍ଗରେ ସାଲିମାରରୁ ଏହି ଟ୍ରେନ୍ ସାକ୍ଷୀଗୋପାଳ ଷ୍ଟେସନରେ ସନ୍ଧ୍ୟା ୫ଟା ୧୫ରେ ପହଞ୍ଚିବ ଏବଂ ସନ୍ଧ୍ୟା ୫ଟା ୧୭ରେ ଛାଡ଼ିବ।

୨୦୮୦୯/୨୦୮୧୦ ସମ୍ବଲପୁର-ନନ୍ଦେଡ-ସମ୍ବଲପୁର ଏକ୍ସପ୍ରେସ ଉଭୟ ଦିଗରୁ ଜୁନ୍ ପହିଲାରୁ ଅତାବିରା ଷ୍ଟେସନରେ ରହଣି କରିବ। ସମ୍ବଲପୁରରୁ ଏହି ଟ୍ରେନ୍ ଅତାବିରା ଷ୍ଟେସନରେ ପୂର୍ବାହ୍ନ ୧୧ଟା ୧୩ରେ ପହଞ୍ଚି ପୂର୍ବାହ୍ନ ୧୧ଟା ୧୫ରେ ଛାଡ଼ିବ। ଫେରିବା ମାର୍ଗରେ ନନ୍ଦେଡରୁ ଏହି ଟ୍ରେନ୍ ଅତାବିରା ଷ୍ଟେସନରେ ସନ୍ଧ୍ୟା ୫ଟା ୩୮ରେ ପହଞ୍ଚି ସନ୍ଧ୍ୟା ୫ଟା ୪୦ରେ ଛାଡ଼ିବ। ୨୦୮୩୭/୨୦୮୩୮ ଭୁବନେଶ୍ୱର-ଜୁନାଗଡ଼ ରୋଡ୍-ଭୁବନେଶ୍ୱର ଏକ୍ସପ୍ରେସ ଭୁବନେଶ୍ୱରରୁ ଜୁନ୍ ୩ ତାରିଖରୁ ଏବଂ ଜୁନାଗଡ଼ ରୋଡରୁ ୪ ଜୁନ୍ ଠାରୁ ଲାଞ୍ଜିଗଡ଼ ରୋଡରେ ରହଣି କରିବ। ଭୁବନେଶ୍ୱରରୁ ଏହି ଟ୍ରେନ୍ ଲାଞ୍ଜିଗଡ଼ ରୋଡରେ ସକାଳ ୭ଟା ୨୦ରେ ପହଞ୍ଚି ୭ଟା ୨୨ରେ ଛାଡ଼ିବ। ଫେରିବା ମାର୍ଗରେ ଜୁନାଗଡ଼ ରୋଡରୁ ଏହି ଟ୍ରେନ୍ ଲାଞ୍ଜିଗଡ଼ ରୋଡରେ ସନ୍ଧ୍ୟା ୬ଟା ୪୫ରେ ପହଞ୍ଚି ସନ୍ଧ୍ୟା ୬ଟା ୪୭ରେ ଛାଡ଼ିବ। ୧୮୪୧୦ ପୁରୀ-ସାଲିମାର ଶ୍ରୀଜଗନ୍ନାଥ ଏକ୍ସପ୍ରେସ ପୁରୀରୁ ୩୦ମଇ ୨୦୨୩ ଠାରୁ ସୋରୋ ଷ୍ଟେସନରେ ରହଣି କରୁଛି।

ପୁରୀରୁ ଏହି ଟ୍ରେନ୍ ସୋରୋ ଷ୍ଟେସନରେ ଭୋର ୩ଟା ୨ରେ ପହଞ୍ଚି ଭୋର ୩ଟା ୩ରେ ଛାଡ଼ିବ। ୧୮୪୭୭ପୁରୀ-ଯୋଗ ନଗରୀ ଋଷିକେଶ କଳିଙ୍ଗ ଉତ୍କଳ ଏକ୍ସପ୍ରେସ ପୁରୀରୁ ୩୦ ମଇ ୨୦୨୩ ଠାରୁ ସୋରୋ ଷ୍ଟେସନରେ ରହଣି କରୁଛି। ପୁରୀରୁ ଏହି ଟ୍ରେନ୍ ସୋରୋ ଷ୍ଟେସନରେ ରାତି ୧ଟା ୨ରେ ପହଞ୍ଚି ରାତ୍ରି ୧ଟା ୩ରେ ଛାଡ଼ିବ। ୧୮୪୪୯ପୁରୀ-ପାଟନା ବୈଦ୍ୟନାଥଧାମ ପୁରୀରୁ ୫ ଜୁନ୍ ୨୦୨୩ ଠାରୁ ବିଦ୍ୟାସାଗରରେ ରହଣି କରିବ। ପୁରୀରୁ ଏହି ଟ୍ରେନ୍ ବିଦ୍ୟାସାଗରରେ ଭୋର ୩ଟା ୧୪ରେ ପହଞ୍ଚି ଭୋର ୩ଟା ୧୬ରେ ଛାଡ଼ିବ ବୋଲି ରେଳବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର