ଭୁବନେଶ୍ବର: କାଳୁପଡ଼ାଘାଟରେ ପ୍ରଶାନ୍ତି ଏକ୍ସପ୍ରେସ, ନରାଜ ମାର୍ଥାପୁରରେ ପୁରୀ-ଅଜମେର, ଯଖପୁରାରେ ଜନ ଶତାବ୍ଦୀ, ଦାମନଯୋଡ଼ିରେ ସମଲେଶ୍ୱରୀ, ମେରାମଣ୍ଡଳୀରେ ପୁରୀ-ଦୁର୍ଗ ଏବଂ ନରାଜ ମାର୍ଥାପୁର ଓ ମେରାମଣ୍ଡଳୀ ଷ୍ଟେସନରେ ଭୁବନେଶ୍ୱର-ରାଉରକେଲା ଏକ୍ସପ୍ରେସ ପରୀକ୍ଷାମୂଳକ ଭାବେ ରହିବ। ୧୨୦୭୪/୧୨୦୭୩ ଭୁବନେଶ୍ୱର-ହାଓଡ଼ା-ଭୁବନେଶ୍ୱର ଜନ ଶତାବ୍ଦୀ ଏକ୍ସପ୍ରେସ ୨୦ ଅଗଷ୍ଟ ଠାରୁ ଯଖପୁରା ରେଳ ଷ୍ଟେସନରେ ରହଣି କରିବ।

Advertisment

ଭୁବନେଶ୍ୱରରୁ ଏହି ଟ୍ରେନ୍ ସକାଳ ୭ଟା ୧୧ ମିନିଟରେ ପହଞ୍ଚି ୭ଟା ୧୩ ମିନିଟରେ ହାଓଡ଼ା ଅଭିମୁଖେ ଯାତ୍ରା କରିବ। ଫେରିବା ମାର୍ଗରେ ହାଓଡ଼ାରୁ ଆସୁଥିବା ଏହି ଟ୍ରେନ୍ ସନ୍ଧ୍ୟା ୬ଟା ୧୩ ରେ ପହଞ୍ଚି ୬ଟା ୧୫ରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ। ପୁରୀ-ଦୁର୍ଗ ଓ ଭୁବନେଶ୍ୱର ରାଉରକେଲା ଏକ୍ସପ୍ରେସ ୧୮୫୨୫/ ୧୮୪୨୬ ପୁରୀ-ଦୁର୍ଗ-ପୁରୀ ଏକ୍ସପ୍ରେସ ୨୦ ଅଗଷ୍ଟରୁ ମେରାମଣ୍ଡଳୀ ରେଳ ଷ୍ଟେସନରେ ରହଣି କରିବ। ପୁରୀରୁ ଏହି ଟ୍ରେନ୍ ରାତ୍ରି ୧୦ଟା ୩୦ରେ ପହଞ୍ଚି ୧୦ଟା ୩୧ରେ ଦୁର୍ଗ ଅଭିମୁଖେ ଯାତ୍ରା କରିବ। ଫେରିବା ମାର୍ଗରେ ଦୁର୍ଗରୁ ଏହି ଟ୍ରେନ୍ ଭୋର ୫ଟାରେ ପହଞ୍ଚି ୫ଟା ୧ରେ ପୁରୀ ଅଭିମୁଖେ ଯାତ୍ରା କରିବ। ୨୨୮୩୯/ ୨୨୮୪୦ ରାଉରକେଲା-ଭୁବନେଶ୍ୱର-ରାଉରକେଲା ଏକ୍ସପ୍ରେସ ୨୦ ଅଗଷ୍ଟ ୨୦୨୩ ରୁ ମେରାମଣ୍ଡଳୀ ରେଳ ଷ୍ଟେସନରେ ରହଣି କରିବ। ରାଉରକେଲା ଠାରୁ ଆସୁଥିବା ଏହି ଟ୍ରେନ୍ ମେରାମଣ୍ଡଳୀରେ ପୂର୍ବାହ୍ନ ୧୦ଟା ୧୪ରେ ପହଞ୍ଚି ୧୦ଟା ୧୫ରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ। ଫେରିବା ମାର୍ଗରେ ଭୁବନେଶ୍ୱରରୁ ଏହି ଟ୍ରେନ୍ ଅପରାହ୍ନ ୩ଟା ୯ରେ ପହଞ୍ଚି ୩ଟା ୧୦ରେ ରାଉରକେଲା ଅଭିମୁଖେ ଯାତ୍ରା କରିବ। ଦାମନଯୋଡ଼ି ଷ୍ଟେସନରେ ସମଲେଶ୍ୱରୀ ୧୮୦୦୫/୧୮୦୦୬ ହାଓଡ଼ା-ଜଗଦଲପୁର-ହାଓଡ଼ା ସମଲେଶ୍ୱରୀ ଏକ୍ସପ୍ରେସ ୨୦ ଅଗଷ୍ଟରୁ ଦାମନଯୋଡ଼ି ଷ୍ଟେସନରେ ରହଣି କରିବ। ହାଓଡ଼ାରୁ ଆସୁଥିବା ଏହି ଟ୍ରେନ୍ ଦାମନଯୋଡ଼ି ଷ୍ଟେସନରେ ସନ୍ଧ୍ୟା ୬ଟା ୧୩ ରେ ପହଞ୍ଚି ୬ଟା ୧୫ରେ ଜଗଦଲପୁର ଅଭିମୁଖେ ଯାତ୍ରା କରିବ। ଫେରିବା ମାର୍ଗରେ ଜଗଦଲପୁରରୁ ଏହି ଟ୍ରେନ୍ ସକାଳ ୭ଟା ୪୮ ରେ ପହଞ୍ଚି ୭ଟା ୫୦ ରେ ହାଓଡ଼ା ଅଭିମୁଖେ ଯାତ୍ରା କରିବ। ୧୮୪୬୩/ ୧୮୪୬୪ ଭୁବନେଶ୍ୱର-ବେଙ୍ଗାଲୁରୁ-ଭୁବନେଶ୍ୱର ପ୍ରଶାନ୍ତି ଏକ୍ସପ୍ରେସ ୨୦ ଅଗଷ୍ଟ ଠାରୁ କାଳୁପଡ଼ାଘାଟ ରେଳ ଷ୍ଟେସନରେ ରହଣି କରିବ। ଭୁବନେଶ୍ୱରରୁ ଛାଡୁଥିବା ଏହି ଟ୍ରେନ୍ କାଳୁପଡ଼ାଘାଟ ଷ୍ଟେସନରେ ସକାଳ ୬ଟା ୩୬ରେ ପହଞ୍ଚି ୬ଟା ୩୮ରେ ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା କରିବ।

ଫେରିବା ମାର୍ଗରେ ବେଙ୍ଗାଲୁରୁରୁ ଏହି ଟ୍ରେନ୍ ସନ୍ଧ୍ୟା ୫ଟା ‌୨୩ ରେ ପହଞ୍ଚି ୫ଟା ୨୫ରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ। ନରାଜ ମାର୍ଥାପୁର ଷ୍ଟେସନରେ ପୁରୀ-ଆଜମେର ଓ ଭୁବନେଶ୍ୱର ରାଉରକେଲା ଏକ୍ସପ୍ରେସ ୨୦୮୨୩/ ୨୦୮୩୪ ପୁରୀ-ଅଜମେର-ପୁରୀ ଏକ୍ସପ୍ରେସ ସେପ୍ଟେମ୍ବର ପହିଲା ଠାରୁ ପୁରୀରୁ ଓ ଆଜମେର ଠାରୁ ଆସୁଥିବା ଟ୍ରେନ ସେପ୍ଟେମ୍ବର ୨ ତାରିଖ ଠାରୁ ନରାଜ ମାର୍ଥାପୁର ରେଳ ଷ୍ଟେସନରେ ରହଣି କରିବ। ପୁରୀରୁ ଛାଡ଼ୁଥିବା ଏହି ଟ୍ରେନ୍ ରାତ୍ରି ୧୨ଟା ୫୩ରେ ପହଞ୍ଚି ୧୨ଟା ୫୫ରେ ଅଜମେର ଅଭିମୁଖେ ଯାତ୍ରା କରିବ। ଫେରିବା ମାର୍ଗରେ ଅଜମେରରୁ ଏହି ଟ୍ରେନ୍ ନରାଜ ଠାରେ ପୂର୍ବାହ୍ନ ୧୧ଟା ୫୫ରେ ପହଞ୍ଚି ୧୧ଟା ୫୭ରେ ପୁରୀ ଅଭିମୁଖେ ଯାତ୍ରା କରିବ। ୨୨୮୩୯/ ୨୨୮୪୦ ରାଉରକେଲା-ଭୁବନେଶ୍ୱର-ରାଉରକେଲା ଏକ୍ସପ୍ରେସ ୨୦ ଅଗଷ୍ଟରୁ ନରାଜ ମାର୍ଥାପୁର ରେଳ ଷ୍ଟେସନରେ ରହଣି କରିବ। ରାଉରକେଲାରୁ ଏହି ଟ୍ରେନ୍ ପୂର୍ବାହ୍ନ ୧୧ଟା ୨୫ରେ ପହଞ୍ଚି ୧୧ଟା ୨୭ରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ। ଫେରିବା ମାର୍ଗରେ ଭୁବନେଶ୍ୱରରୁ ଏହି ଟ୍ରେନ୍ ନରାଜ ଠାରେ ଅପରାହ୍ନ ୨ ଟାରେ ପହଞ୍ଚି ୨ଟା ୨ରେ ରାଉରକେଲା ଅଭିମୁଖେ ଯାତ୍ରା କରିବ।