ଜୟପୁର : ଜୟପୁର ବିମାନ ବନ୍ଦରରୁ ପରୀକ୍ଷାମୂଳକ ଭାବେ ଉଡ଼ିଛି ବିମାନ। ତେବେ, କିଛି କାମ ବାକି ରହିଯାଇଥିବାରୁ ନିୟମିତ ଉଡ଼ାଣ ବିଳମ୍ବ ହେବ ବୋଲି ଜଣାପଡ଼ିଛି।
ଏହାପୂର୍ବରୁ ଭିତ୍ତିଭୂମିକୁ ଯାଞ୍ଚ ପାଇଁ ପରୀକ୍ଷାମୂଳକ ଭାବେ ବୁଧବାର ଗୋଟିଏ ବିମାନ ଜୟପୁର ଏୟାରପୋର୍ଟରେ ଅବତରଣ କରିଥିଲା। ପୂର୍ବାହ୍ନ ୧୦ଟାରେ ଇଣ୍ଡିଆ ୱାନ୍ ଏୟାର କମ୍ପାନିର ୯ ସିଟି ବିଶିଷ୍ଟ ବିମାନ ଭୁବନେଶ୍ବରରୁ ବାହାରି ୧୧ଟା ୩୫ ମିନିଟରେ ଜୟପୁର ବିମାନ ବନ୍ଦରରେ ପହଞ୍ଚିଥିଲା। ବିମାନରେ ଇଣ୍ଡିଆ ୱାନ ଏୟାରର ୬ ଜଣ କ୍ରିଉ ସଦସ୍ୟ ଯଥା ପାଇଲଟ ଓ କର୍ମଚାରୀ ଆସିଥିଲେ। ଏହି ଟିମ୍ ଜୟପୁର ବିମାନ ବନ୍ଦରର ପରିଧି, ରନ୍ୱେ, ଭୌଗୋଳିକ ସ୍ଥିତି, ପାଣିପାଗ ଆଦି ଅନୁଧ୍ୟାନ କରିଥିଲେ। ସାଢ଼େ ୧୨ଟା ବେଳେ ଟିମ୍ ସଦସ୍ୟଙ୍କୁ ନେଇ ସେହି ବିମାନ ପୁଣି ଭୁବନେଶ୍ବରକୁ ଫେରିଯାଇଥିଲା।
ସୂଚନା ଅନୁସାରେ, ବିମାନବନ୍ଦର କାମ ସଂପୂର୍ଣ୍ଣ ହେବାପରେ ରିପୋର୍ଟ ଦାଖଲ ହେବ। ଏହାପରେ ଡିଜିସିଏ (ଡାଇରେକ୍ଟରେଟ୍ ଜେନେରାଲ୍ ଅଫ୍ ସିଭିଲ୍ ଏଭିଏସନ୍) ଟିମ୍ ପୁଣି ଯାଞ୍ଚ୍ କରି ଅନୁମତି ଦେଲେ ବିମାନ ବନ୍ଦରକୁ ଲାଇସେନ୍ସ ମିଳିବ ବୋଲି ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/jaypore-air-port.jpg)