ପୁରୀରେ ପ୍ରସ୍ତାବିତ ବିମାନବନ୍ଦର ପାଇଁ ସର୍ଭେ କଲେ ବିଶେଷଜ୍ଞ ଟିମ

ଭୁବନେଶ୍ୱର: ପୁରୀରେ ବିମାନବନ୍ଦର ନେଇ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆର ବୈଷୟିକ ଟିମ୍ ପକ୍ଷରୁ ସର୍ଭେ କରାଯାଇଛି । ଏହି ସର୍ଭେରେ ଦିଲ୍ଲୀର ୪ଜଣ ଏବଂ ଭୁବନେଶ୍ୱରର ୨ଜଣ ବିମାନବନ୍ଦର ବିଶେଷଜ୍ଞ ପହଂଚି ସର୍ଭେ କରିଥିଲେ । ପୁରୀ ସଦର ସିପସରୁବାଲି ମୌଜାର ଗିରଳ ଏବଂ ସିପସରୁବାଲି ଅଂଚଳ ଜାଗାର ସର୍ଭେ କରିଛନ୍ତି । ଏହା ସହ ବାଲୁଖଣ୍ଡ ଅଂଚଳର ଦୁଇଟି ଜାଗା ପରିଦର୍ଶନ କରିବେ ଏହି ଟିମ୍ ।

ବୈଷୟିକ ଟିମ୍ ସହ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଓ ଉପଜିଲ୍ଲାପାଳ ଉପସ୍ଥିତ ଥିଲେ । ଜମିର ମ୍ୟାପ ଓ କାଗଜପତ୍ରର ଅନୁଧ୍ୟାନ କରିଛନ୍ତି ବୈଷୟିକ ଟିମ୍ । ଦୁଇଦିନିଆ ଗସ୍ତରେ ଆସିଥିବା ଏହି ଟିମ୍ ଜିଲ୍ଲାପ୍ରଶାସନର ପ୍ରସ୍ତାବିତ ଜମିର ସମୀକ୍ଷା କରିବେ । ଆଜି ସଂଧ୍ୟାରେ ଜିଲ୍ଲା ପ୍ରଶାସନ ସହ ଏହି ଟିମ୍ ସ୍ୱତନ୍ତ୍ର ଆଲୋଚନା କରିବେ । ପୁରୀରେ ବିମାନ ବନ୍ଦର ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ । ଏହି ବିମାନବ୍ଦରର ନାମ ଶ୍ରୀ ଜଗନ୍ନାଥ ଆନ୍ତର୍ଜାତୀୟ ବିମାନବନ୍ଦର ରଖିବା ପାଇଁ ଚିଠିରେ ପ୍ରସ୍ତାବ ରହିଛି ।

ସମ୍ବନ୍ଧିତ ଖବର