ବ୍ରହ୍ମପୁର: ପଥର ଫଟାଇବାକୁ ଘରେ ରଖିଥିବା ଜିଲୋଟିନ୍ ଷ୍ଟିକ ବିସ୍ଫୋରଣ ହେବାରୁ ୨ ଜଣଙ୍କର ମୃତ୍ୟୁ ହେବା ସହ ୩ ଜଣ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ବ୍ରହ୍ମପୁର କୁକୁଡ଼ାଖଣ୍ଡିରେ।
ସୂଚନା ମୁତାବକ ଘରେ ରୋଷେଇ କରିବା ବେଳେ ଗ୍ୟାସ୍ ଟାଙ୍କି ଫାଟିଯିବାରୁ ଘରସାରା ନିଆଁ ଖେଳେଇ ହୋଇଯାଇଥିଲା। ଫଳରେ ଘରେ ପଥର ଫଟାଇବାକୁ ରଖାଯାଇଥିବା ଜିଲୋଟିନ୍ ଷ୍ଟିକଗୁଡ଼ିକ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଏତେ ଜୋରରେ ହୋଇଥିଲା କି ଘରେ ଥିବା ଲୋକମାନଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ହୋଇଛି ଓ ଅନ୍ୟ ୩ ଜଣ ଗୁରୁତର ହୋଇଛନ୍ତି। ଏମାନଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ସେପଟେ ଘଟଣାସ୍ଥଳରେ ପୁଲିସ ଓ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚିଛନ୍ତି।
କୁକୁଡ଼ାଖଣ୍ଡିରେ ବିସ୍ଫୋରଣ:୨ ମୃତ, ୩ ଗୁରୁତର
/sambad/media/post_attachments/wp-content/uploads/2021/04/Kukuda-khandi-19_Thumb.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)