କୁତ୍ରା(ସୁନ୍ଦରଗଡ଼): କୁତ୍ରା ଥାନା ଅନ୍ତର୍ଗତ ଗଙ୍ଗାଜଳଠାରେ ଅବସ୍ଥିତ ସ୍କାନ ଷ୍ଟିଲର ବୁଡାକଟା ୟୁନିଟ ୨ରେ ଆଜି ସକାଳ ୯ଟାରେ ବଡ଼ ଅଘଟଣ ଘଟିଛି। କାରଖାନାର ଫର୍ନେସରେ ବଡ଼ ଧରଣର ବିସ୍ଫୋରଣ ହୋଇଛି। ବିସ୍ଫୋରଣ ନିଆଁରେ ଦୁଇ କର୍ମଚାରୀ ଗୁରୁତର ହୋଇଥିବା ଵେଳେ ସେମାନଙ୍କୁ ରାଉରକେଲା ଆଇଜିଏଚକୁ ନିଆଯାଇଥିବା ସୂଚନା ମିଳିଛି। ତେଵେ ଏଥିରେ ଆଉ ଅଧିକ କର୍ମଚାରୀ, ଶ୍ରମିକ ଆହତ ହୋଇ ଥାଇପାରନ୍ତି ଵୋଲି ଆଶଙ୍କା କରାଯାଉଛି।
ଵିସ୍ଫୋରଣ ଏତେ ଜୋର୍ ଥିଲା ଯେ ଆଖପାଖ ୫ କିଲୋମିଟର ପର୍ଯ୍ୟନ୍ତ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା। ସମଗ୍ର ଅଞ୍ଚଳ ଧୂଆଁମୟ ହୋଇ ଯାଇଥିଲା। ଲୋକେ ଭୟରେ ଥରି ଉଠିଥିଲେ। କୁତ୍ରା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କେଉଁସ୍ଥିତିରେ ବିସ୍ଫୋରଣ ହେଲା, ତାହା ସ୍ପଷ୍ଟ ଜଣା ପଡିନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/scan.jpg)
