ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲ ଅନ୍ତର୍ଗତ ଖରଭୂଇଁ ଜଙ୍ଗଲରେ ଥିବା ଏକ ପଥରକ୍ବାରିର ଆଖପାଖ ଅଞ୍ଚଳରେ ଅବ୍ୟବହୃତ ଡିନାମାଇଟ୍ ଓ ଜିଲୋଟିନ୍ ଆଦି ବିସ୍ଫୋରକ ସାମଗ୍ରୀ ପଡ଼ିଥିବା ଦେଖାଯାଇଛି। ଜାଳେଣି କାଠ ସଂଗ୍ରହ କରିବା ପାଇଁ ଜଙ୍ଗଲକୁ ଯାଇଥିବା କିଛି ଲୋକ ଏହା ଦେଖି ଗ୍ରାମବାସୀଙ୍କୁ ଜଣାଇଥିଲେ। ଏହା ଜଣାପଡ଼ିବା ପରେ ନିୟମିତ ଜଙ୍ଗଲକୁ ଚରିବାକୁ ଯାଉଥିବା ଗୃହପାଳିତ ପ୍ରାଣୀ ଓ ଚରାଳିଙ୍କ ପ୍ରତି ବିପଦ ଆଶଙ୍କା ଥିବା ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ପ୍ରକାଶଥାଉ କି କିଛିଦିନ ହେଲା ଗ୍ରାମବାସୀଙ୍କ ଆନ୍ଦୋଳନ ଯୋଗୁଁ ପଥର କ୍ବାରିଗୁଡ଼ିକରେ ପଥରବ୍ଲାଷ୍ଟିଂ ବନ୍ଦ ରହିଛି। ତେବେ ଏଗୁଡ଼ିକ କିଏ ଓ କାହିଁକି ଏଭଳି ଦାୟିତ୍ବହୀନ ଭାବେ ପକାଇଛି ଏହାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବାକୁ ୯ ନମ୍ବର ଜିଲ୍ଲା ପରିଷଦ ଜୋନ୍ ସଭ୍ୟ ଅବକାଶ ସାହୁ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/c47fd4d4-7efa-4162-b290-d17ee52d32db.jpg)