ଯୋଡ଼ା : ଏକ ଇନୋଭା କାର୍ରେ ବେଆଇନ ଭାବେ ବାରୁଦ ଓ ବିଭିନ୍ନ ବିସ୍ଫୋରକ ସମଗ୍ରୀ ଚୋରା ଚାଲାଣ ବେଳେ ପୁଲିସ ସମ୍ପୃକ୍ତ ଗାଡ଼ିକୁ ଜବତ କରିବା ସହ ଜଣକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲା ଝାଡ଼ଖଣ୍ତ ଚାଇଁବାସା ନିକଟ ବଡ଼ ନିମଡିହି ଗ୍ରାମର କୁନାଲ କୁମାର ମିଶ୍ର। ଜବତ ଗାଡ଼ିଟି ଏକ ଚୋରା କାର୍ ଏବଂ ଗିରଫ ଅଭିଯୁକ୍ତ ପତ୍ନୀକୁ ହତ୍ୟା କରିବା ପରେ ଫେରାର ଥିଲା ବୋଲି ପୁଲିସ କହିଛି। ଅଭିଯୁକ୍ତ କୁନାଲ ପତ୍ନୀକୁ ହତ୍ୟା କରିବା ପରେ ଫେରାର ଥିଲା। ଯୋଡ଼ା ଭୂୟାଁବସ୍ତିରେ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରି ରହୁଥିଲା। ତା’ ନାମରେ ଚାଇଁବସା ମୁଫାସିଲ ଥାନାରେ ଏକ ହତ୍ୟା ମାମଲା ରହିଛି। ଏନେଇ ଯୋଡ଼ା ଥାନାରେ କେସ୍ ନମ୍ବର ୧୧୫/୨୦ରେ ଏକ ମାମଲା ରୁଜୁ ହୋଇଛି। ପୁଲିସ କୁନାଲ ପାଖରୁ ୧୫ଟି ହାଇ ଏକ୍ସପ୍ଲୋସିଭ ଇଲେକ୍ଟ୍ରୋନିକ ଡିଟୋନେଟର, ୨୫ ଏମ୍ଏମ୍ ୧୨୫ ଗ୍ରାମର ସ୍ଲରି ପାୱାରଜେଲ୍ ବାରୁଦ ଜବତ କରିଛି।
କାର୍ରୁ ବିସ୍ଫୋରକ ଜବତ, ଅଭିଯୁକ୍ତ ଗିରଫ
/sambad/media/post_attachments/wp-content/uploads/2020/07/arrest-a.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)