ଏପ୍ରିଲ ୧ରୁ  ଚାଲିପାରେ ସବୁ ଏକ୍ସପ୍ରେସ ଓ ପାସେଞ୍ଜର ଟ୍ରେନ

ଭୁବନେଶ୍ବର : ଟ୍ରେନ ଯାତ୍ରୀଙ୍କ ପାଇଁ ଖୁସି ଖବର  । ଆସନ୍ତା ଏପ୍ରିଲ ୧ରୁ ପୂର୍ବତଟ ରେଳପଥ ଅଧିନରେ ଥିବା ସବୁ ପାସେଞ୍ଜର ଓ ଏକ୍ସପ୍ରେସ ଟ୍ରେନ ଚାଲିବାର ସମ୍ଭାବନା ରହିଛି । ଏ ସମ୍ପର୍କରେ ପୂର୍ବତଟ ରେଳପଥର ବରିଷ୍ଠ ଜନସଂପର୍କ ଅଧିକାରୀ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ ବର୍ତ୍ତମାନ କୋଭିଡ କଟକଣା ଯୋଗୁଁ  ୫୯ ଯୋଡ଼ା ଟ୍ରେନ ଚାଲୁଛି । ଏବେ ପ୍ରାୟ ୭୨ ପ୍ରତିଶତ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇଛି । ଆଗାମୀ ଦିନରେ ଏହାକୁ ବୃଦ୍ଧି କରାଯିବ ଓ ଏପ୍ରିଲ ୧ ସୁଦ୍ଧା ଏହାକୁ ସଂପୂର୍ଣ୍ଣ ସ୍ବାଭାବିକ କରାଯିବ ।

କୋଭିଡ କଟକଣା ଲାଗୁ ହେବା ପୂର୍ବରୁ ରାଜ୍ୟରେ ୮୯ ଯୋଡ଼ା ଟ୍ରେନ ଚଳାଚଳ କରୁଥିଲା । କିନ୍ତୁ ଏବେ ୫୯ ଯୋଡ଼ା ଚାଲୁଛି । ଟ୍ରେନ ଚଳାଚଳକୁ ସଂପୂର୍ଣ୍ଣ ସ୍ବାଭାବିକ କରିବାକୁ ଲୋକମାନେ ନିୟମିତଭାବେ ଦାବି କରିଆସୁଛନ୍ତି । ଏହି ଦାବିକୁ ଦୃଷ୍ଟିରେ ରଖି ଟ୍ରେନ ଚଳାଚଳକୁ ସ୍ବାଭାବିକ କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ରେଳ ବୋର୍ଡ ଓ ଓଡ଼ିଶା ସରକାରଙ୍କ ସହ ଯୋଗାଯୋଗରେ ଅଛନ୍ତି । ଏଣୁ ଆସନ୍ତା ଏପ୍ରିଲ ମାସରୁ  ସବୁ ପାସେଞ୍ଜର ଓ ଏକ୍ସପ୍ରେସ ଟ୍ରେନ ଚଳାଚଳ ସ୍ବାଭାବିକ ହେବା ଆଶା କରାଯାଉଛି ବୋଲି ସେ କହିଛନ୍ତି ।

 

ସମ୍ବନ୍ଧିତ ଖବର