ମାଣ୍ଡିଆ ମା’ ସୁବାସ ମହନ୍ତଙ୍କୁ ‘ଏଗ୍‌ଜିଷ୍ଟେନ୍ସ ବେୟାର ଫୁଟ୍‌’ ସମ୍ମାନ

ଯଶିପୁର/ପଦ୍ମପୁର: ଯଶିପୁର ବ୍ଲକ୍‌ ସିଙ୍ଗାରପୁର ଗାଁର ମହିଳା ମାଣ୍ଡିଆ ଚାଷୀ ସୁବାସ ମହନ୍ତଙ୍କୁ ‘ଏଗ୍‌ଜିଷ୍ଟେନ୍ସ ବେୟାର ଫୁଟ୍‌’ ଫେଲୋସିପ୍‌ ସମ୍ମାନ ମିଳିଛି। ମୟୂରଭଞ୍ଜ ଜିଲ୍ଲାରେ ମିଲେଟ୍‌ ମିସନ୍‌କୁ ଆଗକୁ ନେବାରେ ଶ୍ରୀମତୀ ମହାନ୍ତ ଝାଳବୁହା ପରିଶ୍ରମ କରିଛନ୍ତି। ସେ ୯ ପ୍ରକାର ମାଣ୍ଡିଆ ଚାଷ କରିବା ସହ ନିଜେ ଆତ୍ମନିର୍ଭରଶୀଳ ହୋଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି।

ସ୍ଥାନୀୟ ଅଞ୍ଚଳରେ ମାଣ୍ଡିଆ ମା’ ଭାବେ ଜଣାଶୁଣା ସୁବାସଙ୍କ ଅକ୍ଲାନ୍ତ ପରିଶ୍ରମ ଓ ପ୍ରଗତିଶୀଳ ଦୃଷ୍ଟିକୋଣ ପାଇଁ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ସମ୍ମାନିତ ମଧ୍ୟ କରିଛନ୍ତି। ‘ଏଗଜିଷ୍ଟେନ୍ସ’ର ନିର୍ଦ୍ଦେଶିକା ଡ.ବିଜୟାଶ୍ରୀ ଶତପଥୀ ଯଶିପୁର ଗସ୍ତରେ ଆସି ସୁବାସଙ୍କୁ ଭେଟିବା ସହ ତାଙ୍କୁ ଫେଲୋସିପ୍ ସମ୍ମାନ ବିଷୟରେ ଅବଗତ କରିଥିଲେ।

ସମ୍ବନ୍ଧିତ ଖବର