କଟକ : ୨୦୨୧-୨୨ ଶିକ୍ଷା ବର୍ଷର ଦଶମ ଶ୍ରେଣୀ ସ୍ବୀକୃତି ପାଇଁ ଆବେଦନ ସମୟସୀମାକୁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଆସନ୍ତା ଜାନୁଆରି ୪ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଯୋଗ୍ୟ ବିବେଚିତ ହାଇସ୍କୁଲମାନ ଅଫ୍ଲାଇନ୍ ମାଧ୍ୟମରେ ଆସନ୍ତା ଜାନୁଆରି ୪ ତାରିଖ ମଧ୍ୟରେ ଦଶମ ଶ୍ରେଣୀ ସ୍ବୀକୃତି ପାଇଁ ଆବେଦନ କରିପାରିବେ। ବିଦ୍ୟାଳୟମାନେ ସ୍ବୀକୃତି ଆବେଦନପତ୍ରକୁ ସଂପୃକ୍ତ ଜିଲ୍ଲା ଶିକ୍ଷାଧିକାରୀ (ଡିଇଓ)ଙ୍କ କାର୍ଯ୍ୟାଳୟରେ ଦାଖଲ କରିବେ। ସଂପୃକ୍ତ ଜିଲ୍ଲା ଶିକ୍ଷାଧିକାରୀ ଏହି ଆବେଦନପତ୍ରକୁ ସଂଶୋଧିତ କରି ବୋର୍ଡ ଆଞ୍ଚଳିକ କାର୍ଯ୍ୟାଳୟର ଡେପୁଟି ସେକ୍ରେଟାରିଙ୍କ ପାଖରେ ଜାନୁଆରି ୧୭ ମଧ୍ୟରେ ଦାଖଲ କରିବେ। ଆଞ୍ଚଳିକ କାର୍ଯ୍ୟାଳୟ ଏହି ଆବେଦନପତ୍ରକୁ ଜାନୁଆରି ୨୫ ସୁଦ୍ଧା ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ଦାଖଲ କରିବାକୁ ବୋର୍ଡ ଉସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp