ଭୁବନେଶ୍ବର : ରାଜ୍ୟ ସରକାର କୋଭିଡ୍-୧୯ ହସପିଟାଲ ଗୁଡ଼ିକର ମିଆଦକୁ ଆଉ ତିନିମାସ ପାଇଁ ବଢାଇଦେଇଛନ୍ତି । ପୂର୍ବରୁ କୋଭିଡ୍ ହସପିଟାଲ ଗୁଡ଼ିକର ମିଆଦ ଅକ୍ଟୋବର ୧ରେ ଶେଷ ହେଉଥିବାବେଳେ ଏବେ ତାହାକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।
ଏ ସମ୍ପର୍କରେ ରାଜ୍ୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଜିଲ୍ଲାପାଳମାନଙ୍କୁ ପତ୍ର ଲେଖି ସୂଚୀତ କରିଛନ୍ତି । ଏହି ପତ୍ରରେ କୁହାଯାଇଛି ଯେ ସରକାରଙ୍କ ବୈଷୟିକ କମିଟିର ସୁପାରିଶକ୍ରମେ ଯେଉଁ କୋଭିଡ-୧୯ ହସପିଟାଲଗୁଡ଼ିକ ରାଜ୍ୟ ସରକାର ଓ ପାଣ୍ଠି ଯୋଗାଣକାରୀମାନଙ୍କ ସହ ଚୁକ୍ତି କରିଛନ୍ତି, ଯେଗୁଡ଼ିକର କାର୍ଯ୍ୟ ମିଆଦକୁ ଆଉ ତିନିମାସ ଅର୍ଥାତ ଅକ୍ଟୋବର ୧ରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।
ଅନ୍ୟପକ୍ଷରେ ଏସବୁ କୋଭିଡ-୧୯ ହସପିଟାଲଗୁଡ଼ିକରେ ମଂଜୁରୀପ୍ରାପ୍ତ ସାଧାରଣ ଶଯ୍ୟା ସଂଖ୍ୟା ୫୦ ପ୍ରତିଶତ ହ୍ରାସ କରାଯାଇଛି । ତେବେ ଆଇସିୟୁ, ମାଟର୍ନିଟି ଓଟି, ଲେବର ରୁମ,ଡାୟାଲିସିସ ଆଦି ଗୁଡ଼ିକର ମଂଜୁରୀପ୍ରାପ୍ତ କ୍ଷମତା ଅପରିବର୍ତ୍ତିତ ରହିବ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/06/covid-hospital-1.jpg)