କୋଭିଡ୍-୧୯ ହସପିଟାଲଗୁଡ଼ିକର ମିଆଦକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କଲେ ଓଡ଼ିଶା ସରକାର

ଭୁବନେଶ୍ବର : ରାଜ୍ୟ ସରକାର କୋଭିଡ୍-୧୯ ହସପିଟାଲ ଗୁଡ଼ିକର ମିଆଦକୁ ଆଉ ତିନିମାସ ପାଇଁ ବଢାଇଦେଇଛନ୍ତି । ପୂର୍ବରୁ କୋଭିଡ୍ ହସପିଟାଲ ଗୁଡ଼ିକର ମିଆଦ ଅକ୍ଟୋବର ୧ରେ ଶେଷ ହେଉଥିବାବେଳେ ଏବେ ତାହାକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ଏ ସମ୍ପର୍କରେ ରାଜ୍ୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର  ଜିଲ୍ଲାପାଳମାନଙ୍କୁ ପତ୍ର ଲେଖି ସୂଚୀତ କରିଛନ୍ତି । ଏହି ପତ୍ରରେ କୁହାଯାଇଛି ଯେ ସରକାରଙ୍କ ବୈଷୟିକ କମିଟିର ସୁପାରିଶକ୍ରମେ ଯେଉଁ କୋଭିଡ-୧୯ ହସପିଟାଲଗୁଡ଼ିକ ରାଜ୍ୟ ସରକାର ଓ ପାଣ୍ଠି ଯୋଗାଣକାରୀମାନଙ୍କ ସହ ଚୁକ୍ତି କରିଛନ୍ତି, ଯେଗୁଡ଼ିକର କାର୍ଯ୍ୟ ମିଆଦକୁ ଆଉ ତିନିମାସ ଅର୍ଥାତ ଅକ୍ଟୋବର ୧ରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ଅନ୍ୟପକ୍ଷରେ ଏସବୁ କୋଭିଡ-୧୯ ହସପିଟାଲଗୁଡ଼ିକରେ  ମଂଜୁରୀପ୍ରାପ୍ତ ସାଧାରଣ ଶଯ୍ୟା ସଂଖ୍ୟା ୫୦ ପ୍ରତିଶତ ହ୍ରାସ କରାଯାଇଛି । ତେବେ ଆଇସିୟୁ, ମାଟର୍ନିଟି ଓଟି, ଲେବର ରୁମ,ଡାୟାଲିସିସ ଆଦି ଗୁଡ଼ିକର ମଂଜୁରୀପ୍ରାପ୍ତ କ୍ଷମତା ଅପରିବର୍ତ୍ତିତ ରହିବ ।

ସମ୍ବନ୍ଧିତ ଖବର