ପିଏଚ୍‌ଡି ଓ ଏମ୍‌ଫିଲ୍‌ ଥେସିସ୍‌ ଦାଖଲ ଅବଧି ବୃଦ୍ଧି

ଭୁବନେଶ୍ବର : ବିଶ୍ବବିଦ୍ୟାଳୟରେ ଗବେଷଣାରତ ପିଏଚ୍‌ଡି ଓ ଏମ୍‌ଫିଲ୍‌ ଛାତ୍ରଛାତ୍ରୀଙ୍କ ଥେସିସ୍‌ ଦାଖଲର ଅବଧିକୁ ବୃଦ୍ଧି କରାଯାଇଛି। ଗତ ଡିସେମ୍ବର ପହିଲାରେ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି)ଙ୍କ ବିଜ୍ଞପ୍ତି ଆଧାରରେ ଛାତ୍ରଛାତ୍ରୀଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ୬ ମାସ ପର୍ଯ୍ୟନ୍ତ ବଢ଼ାଇବାକୁ ନିଷ୍ପତ୍ତି ହୋଇଛି। ଛାତ୍ରଛାତ୍ରୀଙ୍କ କାର୍ଯ୍ୟର ସମୀକ୍ଷାକୁ ଆଧାର କରି କେସ୍-ଟୁ-କେସ୍ ଆଧାରରେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ପଦକ୍ଷେପ ନେଇପାରିବେ। ବିଶ୍ବବିଦ୍ୟାଳୟ ଗବେଷଣା ପରାମର୍ଶଦାତା କମିଟି, ସୁପରଭାଇଜରଙ୍କ ସୁପାରିଶ ଓ ପ୍ରତି ବିଭାଗର ମୁଖ୍ୟମାନେ ବ୍ୟକ୍ତିଗତ ମାମଲାରେ ଏଭଳି ସମ୍ପ୍ରସାରଣକୁ ମଞ୍ଜୁରି ଦେଇପାରିବେ। ଦୁଇଟି ସମ୍ମିଳନୀରେ ପ୍ରକାଶନ ଓ ଉପସ୍ଥାପନାର ପ୍ରମାଣ ଦାଖଲ କ୍ଷେତ୍ରରେ ବି ଏହି ନିୟମ ଲାଗୁ ହେବ। ତେବେ ଫେଲୋସିପ୍‌ର କାର୍ଯ୍ୟକାଳ କେବଳ ୫ ବର୍ଷ ପର୍ଯ୍ୟନ୍ତ ରହିବ।

ସମ୍ବନ୍ଧିତ ଖବର