ଝଡ଼ବତାସରେ ବ୍ୟାପକ କ୍ଷୟକ୍ଷତି

ଆନନ୍ଦପୁର : ଗୁରୁବାର ଅପରାହ୍ଣରେ ଆନନ୍ଦପୁର ଅଞ୍ଚଳରେ ବର୍ଷା ସାଙ୍ଗକୁ ଝଡ଼ତୋଫାନ ହୋଇଥିଲା। ଏହାର ପ୍ରଭାବରେ ଆନନ୍ଦପୁର ବ୍ଲକ୍ ବାଇଲୋ ପଞ୍ଚାୟତ ଖଡ଼ିବିଲ ଗ୍ରାମରେ ଏକ ବିରାଟ ବରଗଛ ଉପୁଡ଼ି ପଡିଛି। ଗଛଟି ପଡ଼ିଯିବାରୁ ରାସ୍ତା ଅବରୋଧ ହେବାସହିତ ଗ୍ରାମର ବୀରବର ଜେନା ଓ ନିରଞ୍ଜନ ଜେନାଙ୍କ ଘର ଉପରେ ପଡ଼ିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହି ସମୟରେ ପରିବାରଲୋକ ବାହାରକୁ ବାହାରି ରକ୍ଷା ପାଇ ଯାଇଥିବାବେଳେ ଘର ଭାଙ୍ଗି ଯାଇଛି।

ଖବରପାଇ ଘସିପୁରା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତିନିଘଣ୍ଟା ପରିଶ୍ରମ କରି ଗଛ କାଟି ସଫା କରିଥିଲେ। ବିପନ୍ନ ପରିବାରକୁ ସହାୟତା ଯୋଗାଇ ଦେବାପାଇଁ କଂଗ୍ରେସ ନେତା ସୁରେଶ କୁମାର ଜେନା ଦାବି କରିଛନ୍ତି।

ସମ୍ବନ୍ଧିତ ଖବର