ହରିଚନ୍ଦନପୁର : ହରିଚନ୍ଦନପୁରରେ ବୁଧବାର ଅପରାହ୍ଣ ୫ ବେଳେ କାଳବୈଶାଖୀରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ହରିଚନ୍ଦନପୁର ତଳବଜାରର ସୁକୁମାର ପରିଡ଼ା, ହିରୋ ସୋରୁମ୍ ଏବଂ ନିଉ ମାର୍କେଟ କମ୍ପ୍ଲେକ୍ସର ଟିଣଛପର ଉଡ଼ିଯାଇଛି। ସେହିପରି ସୁଧାଂଶୁ ସାହୁଙ୍କ ଟାଇଲ ଛପର ଉଡ଼ାଇ ନେବା ସହ ସିଂହବିଲା ଗ୍ରାମର ଯତୀନ୍ଦ୍ର ସାହୁଙ୍କ ଘର ଏବଂ ଦୋକାନ ଘରର ଛପର ଉଡ଼ିଯାଇଛି।
/sambad/media/post_attachments/wp-content/uploads/2022/06/harich-300x177.jpg)
ହରିଚନ୍ଦନପୁର ଉପ୍ରା ସ୍କୁଲ୍ ପରିସରରେ ଥିବା ଏକ ଗଛ ଭାଙ୍ଗି ବିଦ୍ୟୁତ୍ ତାର ଉପରେ ପଡ଼ିବାରୁ ତାର ଛିଣ୍ଡି ଯାଇଛି। ପ୍ରାଣୀ ଚିକିତ୍ସାଳୟ ପରିସରରେ ଥିବା ବଡ଼ବଡ଼ ଗଛ ପୁରୁଣା କୁକୁଡ଼ା ଫାର୍ମ ଘର ଉପରେ ଏବଂ ରାସ୍ତାକଡ଼ ଦୋକାନ ଉପରେ ଖସି ପଡ଼ିଛି। ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିବା ଦ୍ୱାରା ବିଦ୍ୟୁତ୍ ତାର ଛିଣ୍ଡି ଯାଇଛି। ଫଳରେ ହରିଚନ୍ଦନପୁର ଅଞ୍ଚଳ ଅନ୍ଧାରରେ ରହିଛି। କାଳବୈଶାଖୀରେ ଅନେକ ଦୋକାନ ଘର ଏବଂ ଲୋକଙ୍କ ଘର ଭାଙ୍ଗିଥିବା ବେଳେ ବହୁ ବଡ଼ବଡ଼ ଗଛ ଭାଙ୍ଗିଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/harich2.jpg)