ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ଉଚ୍ଛେଦ ମଠକୁ ମିଳିବ ୨ ଏକର ଜମି

ପୁରୀ : ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ଉଚ୍ଛେଦ ମଠକୁ ଥଇଥାନ କରାଯିବ। ଜିଲ୍ଲା ପ୍ରଶାସନ ଏଥିପାଇଁ ଆବଶ୍ୟକ ଜାଗା ଯୋଗାଇ ଦେବ। ପ୍ରାୟ ୨ ଏକର ଜାଗାରେ ମନ୍ଦିର ଚତୁଃପାର୍ଶ୍ବ ଉଚ୍ଛେଦ ମଠକୁ ଥଇଥାନ କରିବା ପାଇଁ ଯୋଜନା କରାଯାଇଛି। ପୁରୀ ଜିଲ୍ଲା ପ୍ରଶାସନ ଶ୍ରୀମନ୍ଦିର ପ୍ରଶାସନଠାରୁ ଏଥିପାଇଁ ଆବଶ୍ୟକ ଜାଗା କିଣିବାକୁ ଯାଉଛି। ଏ ନେଇ ଜାଗା ଚିହ୍ନଟ ସରିଥିବା ବେଳେ ପରିଚାଳନା କମିଟି ନିଷ୍ପତ୍ତିକ୍ରମେ ଶ୍ରୀମନ୍ଦିର ପ୍ରଶାସନ ବି ଏ ବାବଦ ଏନ୍‌ଓସି ଜିଲ୍ଲା ପ୍ରଶାସନକୁ ପ୍ରଦାନ କରିସାରିଛି। କେବଳ ମାଲିକାନା ପରିବର୍ତ୍ତନ ଓ ଜମି ହସ୍ତାନ୍ତର ପ୍ରକ୍ରିୟା ବାକି ରହିଛି। ଜମିର ମୂଲ୍ୟ ଜିଲ୍ଲା ପ୍ରଶାସନ ଶ୍ରୀମନ୍ଦିର ପ୍ରଶାସନକୁ ଦେବା ପରେ ଏହି ପ୍ରକ୍ରିୟା ଶେଷ ହେବ।

ସମ୍ବନ୍ଧିତ ଖବର