ୟାସ୍ ବାତ୍ୟାର ସୃଷ୍ଟି ହୋଇଛି ଆଖି, ଡପଲର ରାଡାରରୁ ଜଣାପଡିଲା ବାତ୍ୟାର ଆଖି

ଭୁବନେଶ୍ୱର: ବାତ୍ୟା ୟାସ୍ ନେଇ ପାଣିପାଗ ବିଭାଗର ତାଜା ଅପଡେଟ୍ । ପାରାଦୀପଠାରୁ ଏବେ ମାତ୍ର ୧୬୦ କିଲୋମିଟର ଦୂରରେ ରହିଛି ବାତ୍ୟା । ସେହିପରି ବାଲେଶ୍ୱରଠାରୁ ଏହି ବାତ୍ୟା ଏବେ ୨୫୦ କିଲୋମିଟର ଦୂରରେ ରହିଛି । ତେବେ ସମୁଦ୍ର ଭିତରେ ଗତ ୬ ଘଂଟା ହେଲା ୟାସ୍ ଘଣ୍ଟା ପ୍ରତି ୧୫ କିଲୋମିଟର ବେଗରେ ଗତି କରୁଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଅତି ଭୀଷଣ ରୂପ ଧାରଣ କରି ଓଡିଶା ମୁହାଁ ହେଉଛି । ଏହାରି ଭିତରେ ବାତ୍ୟାର ଆଖି ସୃଷ୍ଟି ହୋଇଥିବା ଜଣାପଡିଛି । ଏହି ଆଖିର ବ୍ୟାସାର୍ଦ୍ଧ ୩୫ରୁ ୪୦ କିମି ଭିତରେ ରହିଛି । ଯାହାକି ପାରାଦ୍ବୀପ ଡପଲର ରାଡାରରୁ ଜଣାପଡିଛି । ତେବେ ବାତ୍ୟାର ଆଖି ଏବେ ସମ୍ପୂର୍ଣ୍ଣ ଗୋଲାକାର ହୋଇନାହିଁ ।

ବାତ୍ୟା ୟାସ୍ ଏବେ ଓଡ଼ିଶା ମୁହାଁ ହେଉଛି । ଆସନ୍ତାକାଲି ସକାଳୁ ଏହା ଲ୍ୟାଣ୍ଡଫଲ କରିବ । ତେବେ ଏହାଦ୍ୱାରା ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ଗଭୀର ଭାବେ ପ୍ରଭାବିତ ହେବା ନେଇ ଆକଳନ କରାଯାଉଛି । ବିଶେଷକରି ଧାମରା ପାଖାପାଖି ଅଞ୍ଚଳରେ ଏହାର ଲ୍ୟାଣ୍ଡଫଲ କରିବାକୁ ଥିବାରୁ ଏହାର ଆଖପାଖ ଅଂଚଳର ଗଭୀର ଭାବେ ପ୍ରଭାବିତ ହୋଇପାରେ ।

ସମ୍ବନ୍ଧିତ ଖବର