କଟକ: କୋଭିଡ-୧୯ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରୁ କଟକ ସହରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନେଇ କଟକ ମହାନଗର ନିଗମ ପକ୍ଷରୁ (ସିଏମ୍ସି) ଆଜି ଗାଇଡଲାଇନ୍ ଜାରି କରାଯାଇଛି। ଗାଇଡଲାଇନ୍ରେ କୁହାଯାଇଛି ଯେ, କଟକରେ ରହୁଥିବା ଲୋକ ଓ କଟକକୁ ଆସୁଥିବା ଲୋକମାନଙ୍କୁ ବାଧ୍ୟତାମୂଳକ ଭାବେ ମାସ୍କ ପିନ୍ଧିବାକୁ ପଡ଼ିବ। ଘରୁ ବାହାରକୁ ଗଲେ ଅଥବା ସର୍ବସାଧାରଣସ୍ଥଳୀରେ ଲୋକଙ୍କୁ ମାସ୍କ ପିନ୍ଧିବାକୁ ପଡ଼ିବ। ଜନଗହଳିପୂର୍ଣ୍ଣ ସ୍ଥାନରେ ୨ ମିଟର ବ୍ୟବଧାନରେ ରହିବାକୁ ପଡ଼ିବ। ମଲ୍, ସପିଂମଲ, ବ୍ୟବସାୟିକ ସ୍ଥାନରେ ଗ୍ରାହକ ଯେପରି ୨ ମିଟର ସାମାଜିକ ଦୂରତା ରକ୍ଷା କରିବେ, ସେ ନେଇ ମାଲିକ ନଜର ରଖିବେ। ସେହିପରି ସରକାରୀ ଓ ଘରୋଇ କାର୍ଯ୍ୟାଳୟରେ ମଧ୍ୟ କର୍ମଚାରୀଙ୍କୁ ମାସ୍କ ପିନ୍ଧିବାକୁ ପଡ଼ିବ। ବାହାରେ ଛେପ ପକାଇବା ନେଇ ମଧ୍ୟ ସିଏମ୍ସି କଟକଣା ଜାରି କରିଛି। ନିୟମିତ ହାତ ଧୋଇବାକୁ ନେଇ ମଧ୍ୟ ପରାମର୍ଶ ହୋଇଛି। ଆଇନ୍ ଅବମାନନା କଲେ କାର୍ଯ୍ୟାନୁଷ୍ଠାନ ନିଆଯିବାର ସଙ୍କେତ ଦେଇଛି ସିଏମସି।
/sambad/media/post_attachments/wp-content/uploads/2022/07/FWpsvAUUYAEYvoX.jpg)
ସୂଚନାଯୋଗ୍ୟ, ଗତକାଲି ବିଏମ୍ସି ପକ୍ଷରୁ ଭୁବନେଶ୍ବରବାସୀଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି କହିଥିଲା। ବିଏମ୍ସି ପକ୍ଷରୁ କୁହାଯାଇଥିଲା ଯେ, ଭୁବନେଶ୍ବରରେ ରହୁଥିଲେ କିମ୍ବା ବାହାରୁ ଏଠାକୁ ଆସୁଥିଲେ ଏଣିକି ବାଧ୍ୟତାମୂଳକ ଭାବେ ମାସ୍କ ପରିଧାନ କରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/54f45290-66d3-46ec-893b-9aa19f02d120.jpg)