ଏମ୍‌ସିଏଲ୍‌ କର୍ମଚାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଲା ଫେସ୍‌ବୁକ ସାଙ୍ଗ

ସମ୍ବଲପୁର : ଫେସ୍‌ବୁକ୍‌ରେ ବର୍ଷେ ତଳେ ବନ୍ଧୁତା ଆରମ୍ଭ ହେଲା। ଧୀରେ ଧୀରେ ସମ୍ପର୍କ ବଢ଼ିବାରେ ଲାଗିଲା। ଦିନେ ହଠାତ୍‌ ଫେସ୍‌ବୁକ ବନ୍ଧୁ ଜଣକ କହିଲେ ତୁମକୁ ଗୋଟିଏ ଗିଫ୍ଟ ପଠାଇବି। ଏହି ଗିଫ୍ଟ ପାଇଁ କଷ୍ଟମ ଚାର୍ଜ ବାବଦ ଖର୍ଚ୍ଚ ମାଗି ନେଇଥିଲେ ବନ୍ଧୁ ଜଣକ। ଏଭଳି ଠକାମିର ଶିକାର ହୋଇଛନ୍ତି ଏମ୍‌ସିଏଲ୍‌ରେ କାର୍ଯ୍ୟରତ ଉତ୍ତର ପ୍ରଦେଶର ଜ୍ଞାନ ରଞ୍ଜନ ପ୍ରସାଦ।

ବର୍ଷେ ପୂର୍ବରୁ ଫେସ୍‌ବୁକ୍‌ରେ ବନ୍ଧୁତା ସ୍ଥାପନ ହେବାପରେ ବନ୍ଧୁ ଜଣକ ପ୍ରଥମେ ଜ୍ଞାନଙ୍କ ଭରସା ଜିତିଥିଲେ। ପରେ ତୁମକୁ ଏକ ଗିଫ୍ଟ ପଠାଇବି ବୋଲି କହିଥିଲେ। ଏହାପରେ ଗିଫ୍ଟ ପାଇଁ କଷ୍ଟମ ଚାର୍ଜ ବାବଦକୁ ଏକାଧିକ ଥର ଟଙ୍କା ମାଗିଥିଲେ। ଜ୍ଞାନ ମଧ୍ୟ ଭରସା କରି ୨୦ ହଜାର, ୨୫ ହଜାର ଲେଖାଏଁ କରି ମୋଟ୍‌ ୧ ଲକ୍ଷ ୨୦ ହଜାର ଟଙ୍କା ବନ୍ଧୁ ଦେଇଥିବା ବ୍ୟାଙ୍କ ଆକାଉଣ୍ଟରେ ଜମା କରିଥିଲେ। ତେବେ ଗିଫ୍ଟ କୁଆଡେ ଗଲା ବୋଲି ପଚାରିବା ପରେ ସାଇବର୍‌ ଅପରାଧୀ ଜଣକ ଆଉ ଧରାଛୁଆଁ ଦେଇନଥିଲେ। ଠକାମିର ଶିକାର ହେବା ଜାଣିବା ପରେ ଶନିବାର ଜ୍ଞାନ ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଚି।

ସମ୍ବନ୍ଧିତ ଖବର