ହାଟଡିହି: ଫେସବୁକରୁ ପ୍ରେମସମ୍ପର୍କ, ତା’ପରେ ବିବାହ। ଏହି ବିବାହରେ ରାଜି ନଥିଲେ ଯୁବତୀଙ୍କ ପରିବାର ଲୋକେ। ଗୋଡ଼ରୁ ଅଳତା ନ ଲିଭୁଣୁ ବିବାହ​ର ମାତ୍ର ୧୫ ଦିନ ଭିତରେ ଆଜି ପୁଲିସ ସହାୟତାରେ ଝିଅକୁ ନେଇଯାଇଛନ୍ତି ବାପଘର ଲୋକେ। ହାଟଡିହି ବ୍ଲକ ଶଙ୍ଖଣା ଗ୍ରାମରେ ଏହା ଚର୍ଚ୍ଚାର ବିଷୟ ହୋଇଛି। ଗ୍ରାମର ଦୀପକ ଜେନା (୨୨) ତାମିଲନାଡୁରେ ରହି ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ। ସେ ଫେସବୁକରେ ରାଜକନିକାର ଜନୈକା ଝିଅକୁ ଭଲପାଇଥିଲେ। ସଂପୃକ୍ତ ଯୁବତୀ ଘରୁ ଲୁଚି ଦୀପକ ପାଖକୁ ପଳାଇ ଆସିଥିଲେ। ଗତ ୧୯ ତାରିଖ ଦିନ ଉଭୟ ଆନନ୍ଦପୁର ନୋଟାରିରେ ବିବାହ କରିଥିଲେ। ୨୪ ତାରିଖରେ ଘରେ ବିବାହ କରିବା ପରେ ସମସ୍ତ ବନ୍ଧୁବାନ୍ଧବଙ୍କୁ ଭୁରି ଭୋଜନରେ ଅପ୍ୟାୟିତ କରିଥିଲେ। ତିନିଦିନ ତଳେ ଦୀପକଙ୍କ ବାପା ଝିଅଘରକୁ ଫୋନ କରି ନିମନ୍ତ୍ରଣ କରିଥିଲେ। ଏହାପରେ ଝିଅର ମା ଗତ ମଙ୍ଗଳବାର ବୁଲିବାକୁ ଆସି ପୁଣି ଫେରିଯାଇଥିଲେ। ଆଜି ରାଜକନିକା ପୁଲିସକୁ ସାଙ୍ଗରେ ଧରି ଆସି ନନ୍ଦିପଦା ପୁଲିସ ସହଯୋଗରେ ଶଙ୍ଖଣାରେ ପହଞ୍ଚି ନିଜ ଝିଅକୁ ନେଇଯାଇଥିଲେ। ଏହାକୁ ନେଇ କିଛି ସମୟ ଧରି ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା।
ଫେସବୁକ ପ୍ରେମରୁ ବିବାହ: ପୁଲିସ ଲଗାଇ ଝିଅକୁ ନେଇଗଲେ ବାପଘର ଲୋକେ
/sambad/media/post_attachments/wp-content/uploads/2023/11/marriage.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)