ହୀରାକୁଦ: ହୀରାକୁଦ ସହରର ଜଣେ ଯୁବତୀଙ୍କୁ ଫେସ୍ବୁକ୍ ପ୍ରେମ ମହଙ୍ଗା ପଡ଼ିଛି। ଫେସବୁକ୍ରେ ଫ୍ରେଣ୍ଡ ହୋଇଥିବା ଯୁବକ ଜଣକ ଏବେ ଯୁବତୀଙ୍କ ଅଶ୍ଳୀଳ ଫଟୋ ଛାଡ଼ି ଧମକ ଦେଉଥିବା ଅଭିଯୋଗ ହୋଇଛି। ଏନେଇ ଯୁବତୀ ଜଣକ ହୀରାକୁଦ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ଜଣେ ଅଜଣା ବ୍ୟକ୍ତି ହୀରାକୁଦର ଯୁବତୀଙ୍କୁ ଫେସ୍ବୁକ୍ରେ ଫ୍ରେଣ୍ଡ ରିକ୍ବେଷ୍ଟ ପଠାଇଥିଲେ। ଯୁବତୀ ଜଣକ ତାଙ୍କ ରିକ୍ବେଷ୍ଟ ଆକ୍ସେପ୍ଟ କରିବା ପରେ ଉଭୟଙ୍କ ମଧ୍ୟରେ ଚାଟିଂ ଆରମ୍ଭ ହୋଇଥିଲା। ଉଭୟଙ୍କ ମଧ୍ୟରେ ତାପରେ ପ୍ରେମ ଆରମ୍ଭ ହୋଇଥିଲା। ଯୁବକ ଜଣକ ଧୀରେ ଧୀରେ ଯୁବତୀଙ୍କ ସହ ଅଶ୍ଳୀଳ ଚାଟିଂ ଓ ପରେ ଭିଡିଓ କଲ୍ରେ କଥାବାର୍ତ୍ତା ଆରମ୍ଭ କଲେ। ଯୁବକଙ୍କ କଥାରେ ବିଶ୍ବାସ କରି ଅଶ୍ଳୀଳ ଫଟୋ ମଧ୍ୟ ପଠାଇଥିଲେ। ଯାହା ଏବେ ତାଙ୍କୁ ମହଙ୍ଗା ପଡ଼ିଛି। ଉକ୍ତ ଫେସ୍ବୁକ୍ ଫ୍ରେଣ୍ଡ ଜଣକ ତାଙ୍କ ଅଶ୍ଳୀଳ ଫଠୋକୁ ସାମାଜିକ ଗଣମାଧ୍ୟମରେ ଛାଡ଼ି ଟଙ୍କା ମାଗିବା ସହ ସବୁ ପ୍ରକାର ସମ୍ପର୍କ ରଖିବାକୁ ବାଧ୍ୟ କରୁଛି। ଏସବୁରେ ରାଜି ନହେଲେ ଅନ୍ୟ ଭିଡିଓ ଓ ଫଟୋ ଭାଇରାଲ୍ କରିବାକୁ ଧମକ ଦେଉଛି। ଯୁବତୀ ଜଣକ କୌଣସି ଉପାୟ ନପାଇ ଶେଷରେ ବିଧବାର ହୀରାକୁଦ ଥାନାର ଦ୍ବାରସ୍ଥ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/27-13.jpg)
