ଭୁବନେଶ୍ବର: ଗୁରୁବାର ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ବସିଥିଲା। ନିଜ ନିଜ ଅଞ୍ଚଳକୁ ନେଇ ସଦସ୍ୟମାନେ ବିଭିନ୍ନ ବିଭାଗର ପ୍ରସ୍ତାବ ଦେଇଛନ୍ତି। ତାହା ବିଚାର କରି ପଦକ୍ଷେପ ନିଆଯିବ। ବର୍ଷା ଦିନରେ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ନିଆଯିବ। ଏସଆରସି ଓ ଅନ୍ୟ ଅଧିକାରୀ ଏ ଦିଗରେ ପ୍ରସ୍ତୁତ ଅଛନ୍ତି। ତାକୁ କିପରି କାର୍ଯ୍ୟକାରୀ କରାଯିବ, ସେ ଦିଗରେ ଆଲୋଚନା ହୋଇଛି।
ସହରରେ ଅଳ୍ପ ବର୍ଷାରେ ବନ୍ୟା ସ୍ଥିତି ସୃଷ୍ଟି ହେଉଛି। ୨୦୦ କୋଟି ଟଙ୍କାର ପ୍ରସ୍ତାବ ନେଇ ରାଜ୍ୟ ସରକାରଙ୍କୁ ଭୁବନେଶ୍ୱର ମହାନଗର ନିଗମ ରିପୋର୍ଟ କରିବ। ଭୁବନେଶ୍ୱର ଓ କଟକ ସହରର ବନ୍ୟା ନିୟନ୍ତ୍ରଣ ପାଇଁ ଆଇଆଇଟି ଦିଲ୍ଲୀ ଏକ ଦୀର୍ଘ ମିଆଦି ଯୋଜନା କରି ସରକାରଙ୍କୁ ରିପୋର୍ଟ ଦେବେ। ବନ୍ୟା ନିୟନ୍ତ୍ରଣ ଓ ଖବର ନେବାକୁ ବ୍ଲକ ଯାଏଁ କଣ୍ଟ୍ରୋଲ ରୁମକୁ ଆହୁରି ସ୍ମାର୍ଟ ଓ ଅପଡେଟ କରାଯିବ। ଖାସ କରି ବର୍ଷା ଦିନରେ ଅଧିକ ସାପ କାମୁଡା ମାମଲାରେ ଅଧିକାଂଶ ଲୋକ ପ୍ରାଣ ହରାନ୍ତି। ସେମାନେ ହସ୍ପିଟାଲ ନ ଯାଇ ଅନ୍ଧ ବିଶ୍ୱାସର ବସବର୍ତ୍ତୀ ହେଉଛନ୍ତି।
ହସ୍ପିଟାଲରେ ପର୍ଯ୍ୟାପ୍ତ ଆଣ୍ଟି ସ୍ନେକ ଭେନମ ରଖିବା ସହ ଲୋକଙ୍କୁ ସଚେତନ କରିବା ପାଇଁ ଏକ ସତର୍କ ମୋବାଇଲ ଆପ କରାଯାଉଛି। ଓଡ୍ରାଫ ୟୁନିଟକୁ ୨୦ ରୁ ୩୦ ୟୁନିଟ କରିବା ପାଇଁ ଗୃହ ବିଭାଗକୁ ଅବଗତ କରାଯାଇଛି। ପାଣିପାଗ ବିଭାଗ ସହ ସମନ୍ୱୟ ରଖି କାମ କରାଯିବ। ଜିରୋ କାଜୁଆଲଟି ନୀତି ଗ୍ରହଣ କରାଯିବ। ବାହାନାଗା ଟ୍ରେନ ଦୁର୍ଘଟଣା ସମୟରେ ତତ୍କାଳୀନ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଗୁରୁତ୍ୱପୂର୍ଣ୍ଣ କାମ କରିଥିଲେ। ଏହା ଆଉ ନ ଘଟୁ ବୋଲି ପ୍ରାର୍ଥନା। ଆକସ୍ମିକ ବିପର୍ଯ୍ୟାୟକୁ ଦୃଷ୍ଟିରେ ରଖି ୫ଟି ରିଚିଓନାଲ ଫାୟାର ସର୍ଭିସ୍ ହବ୍ ତୁରନ୍ତ କାର୍ଯ୍ୟକ୍ଷମ ହେବ ବୋଲି ପ୍ରାକୃତିକ ବିପର୍ଯ୍ୟାୟ କମିଟି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।