ବିଶେଷଜ୍ଞ ଡାକ୍ତରଙ୍କୁ ସ୍ୱତନ୍ତ୍ର ଆର୍ଥିକ ପ୍ରୋତ୍ସାହନ

ସୁପର ସ୍ପେସାଲିଷ୍ଟଙ୍କୁ ୪, ପିଜିଙ୍କୁ ୩ ଓ ଡିପ୍ଲୋମାଙ୍କୁ ୨ଟି ଇନ୍‌କ୍ରିମେଣ୍ଟ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ବିଶେଷଜ୍ଞ ଡାକ୍ତରଙ୍କୁ ସ୍ୱତନ୍ତ୍ର ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯିବ। ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଡିପ୍ଲୋମା, ସୁପର ସ୍ପେସାଲିଷ୍ଟ କିମ୍ବା ପିଜି ଡିଗ୍ରି ହାସଲ କରିଥିବେ ସେମାନଙ୍କୁ ଏହି ପ୍ରୋତ୍ସାହନ ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀଙ୍କୁ ଅନୁମୋଦନ କ୍ରମେ ଏହି ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି।

ଯେଉଁ ଡାକ୍ତରମାନେ ସଂପୃକ୍ତ ବିଷୟରେ ସୁପର ସ୍ପେସାଲିଷ୍ଟ ଡିଗ୍ରି ହାସଲ କରିଥିବେ ସେମାନଙ୍କୁ ସେମାନେ ପାଉଥିବା ଦରମା ହାରରେ ୪ଟି ଇନ୍‌କ୍ରିମେଣ୍ଟ, ପିଜି ଡିଗ୍ରି ହାସଲ କଲେ ତାଙ୍କ ଦରମା ହାରରେ ୩ଟି ଇନ୍‌କ୍ରିମେଣ୍ଟ ଓ ଡିପ୍ଲୋମା ହାସଲ କରିଥିବା ଡାକ୍ତରଙ୍କୁ ୨ଟି ଇନ୍‌କ୍ରିମେଣ୍ଟ ପ୍ରଦାନ କରାଯିବ ବୋଲି ଶ୍ରୀ ଜେନା ସୂଚନା ଦେଇଛନ୍ତି। ଏହିସବୁ ଡିଗ୍ରିଧାରୀ ଆଶାୟୀ, ଯେଉଁମାନେ କୌଣସି ପ୍ରକାର ଅଗ୍ରୀମ ଇନ୍‌କ୍ରିମେଣ୍ଟ କିମ୍ବା ଏକତ୍ରିତ ରାଶିର ସୁବିଧା ପାଇ ନ ଥିବେ ସେମାନଙ୍କୁ ଏହି ପ୍ରୋତ୍ସାହନ ମିଳିବ। ଅଧିସୂଚନା ପ୍ରକାଶ ପାଇବାର ମାସ ପହିଲାରୁ ଏହା ଲାଗୁ ହେବ ବୋଲି ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର