ଭୁବନେଶ୍ବର : ୨୦୨୦-୨୧ ଶିକ୍ଷାବର୍ଷରେ ଦେଶର ୨୩ଟି ଆଇଆଇଟିରେ ନାମଲେଖା ଲାଗି ଥିବା ନିୟମକୁ କୋହଳ କରାଯାଇଛି। ଛାତ୍ରଛାତ୍ରୀଙ୍କୁ ଯୁକ୍ତ୨ ତଥା ଦ୍ବାଦଶ ଶ୍ରେଣୀରେ ୭୫% ନମ୍ବର କିମ୍ବା ବୋର୍ଡ ପରୀକ୍ଷାର ଶ୍ରେଷ୍ଠ ୨୦ଟି ସ୍ଥାନରେ ରହିବା ବାଧ୍ୟତାମୂଳକ ନୁହେଁ। କରୋନା ଯୋଗୁଁ ଦେଶର ଅଧିକାଂଶ ବୋର୍ଡ ପରୀକ୍ଷା ଅଧାରୁ ବାତିଲ୍ ହୋଇଥିବାରୁ ଯୁଗ୍ମ ନାମଲେଖା ପରିଷଦ(ଜେଏବି) ବୈଠକରେ ଏଭଳି ନିଷ୍ପତ୍ତି ହୋଇଥିବା କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ୍ ‘ନିଶଙ୍କ’ ସୂଚନା ଦେଇଛନ୍ତି। କେବଳ ଜେଇଇ ଆଡଭାନ୍ସଡ୍ ପରୀକ୍ଷାରେ ଛାତ୍ରଛାତ୍ରୀ ରଖିଥିବା ମାର୍କ ଆଧାରରେ ଚଳିତବର୍ଷ ଆଇଆଇଟିଗୁଡ଼ିକରେ ନାମଲେଖା କରାଯିବ। ତେବେ ଜେଇଇ ଆଡଭାନ୍ସଡ୍ ପରୀକ୍ଷା ଦେବା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ଜେଇଇ ମେନ୍ରେ ଭଲ ପ୍ରଦର୍ଶନ କରିବାକୁ ହେବ।
ଆଇଆଇଟିରେ ନାମଲେଖା ନିୟମରେ କୋହଳ : ଯୁକ୍ତ୨ରେ ୭୫% ବାଧ୍ୟତାମୂଳକ ନୁହେଁ
/sambad/media/post_attachments/wp-content/uploads/2020/07/iit.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)