ଯୁକ୍ତ୨ ଫର୍ମ ପୂରଣ ପାଇଁ ଶେଷ ସୁଯୋଗ

ଭୁବନେଶ୍ବର : ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମର ରେଗୁଲାର ଓ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ଶେଷ ହୋଇଛି। ତିନି ଥର ସୁଯୋଗ ଦିଆଯିବା ପରେ ବି କେତେଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରି ନ ଥିବା ଜଣାପଡ଼ିଛି। ତେଣୁ ଉକ୍ତ ସମୟ ସୀମା ମଧ୍ୟରେ ଫର୍ମ ପୂରଣ କରିପାରି ନଥିବା ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଉ ଥରେ ସୁଯୋଗ ଦିଆଯାଇଛି। ଆସନ୍ତା ୨୩ ଓ ୨୪ ତାରିଖରେ ଛାତ୍ରଛାତ୍ରୀ ଫର୍ମ ପୂରଣ କରିପାରିବେ। ପରୀକ୍ଷା ଫି’ ବ୍ୟତୀତ ଛାତ୍ରଛାତ୍ରୀଙ୍କୁ ଜରିମାନା ବାବଦରେ ୩୫୦ ଟଙ୍କା ଅଧିକ ଦେବାକୁ ପଡ଼ିବ। ୨୪ରୁ ୨୬ ତାରିଖ ମଧ୍ୟରେ ସେମାନେ ପରୀକ୍ଷା ଫି’ ଦାଖଲ କରିପାରିବେ ବୋଲି ପରିଷଦ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।

ସମ୍ବନ୍ଧିତ ଖବର