ବଲାଙ୍ଗୀର/ଟିଟିଲାଗଡ଼: ସଂପର୍କୀୟ ଭଉଣୀ ସହ ଥିଲା ବହୁ ବର୍ଷର ପ୍ରେମ। ହେଲେ ପ୍ରେମରେ ବିଫଳ ହେବା ପରେ ପ୍ରେମିକ ଉନ୍ମତ୍ତକାଣ୍ଡ ଘଟାଇଛି। ଗାଁ ମଝିରେ ପ୍ରେମିକାର ହାତ ଓ ବେକ କାଟି ହତ୍ୟା ଉଦ୍ୟମ କରି ନିଜେ ଆତ୍ମହତ୍ୟା ଉଦ୍ୟମ କରିଛି। ଏଭଳି ଏକ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଥାନା ଅଂଚଳରେ। ଉଭୟେ ଏବେ ଗୁରୁତର ଅବସ୍ଥାରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି ହୋଇଛନ୍ତି।

Advertisment

ଘଟଣାରୁ ପ୍ରକାଶ ଯେ, ସଂପୃକ୍ତ ନାବାଳକ ଜଣକ ନିଜ ସଂପର୍କୀୟା ନାବାଳିକା ଭଉଣୀକୁ ଭଲପାଉଥିଲେ। କିଛି ଦିନ ତଳେ ଉଭୟ ପରିବାର ସବୁ କଥା ଜାଣିଥିଲେ। ଏହାରି ଭିତରେ ନାବାଳିକାର ବାହାଘର ଠିକ୍‌ ହେବାରୁ ପ୍ରେମିକ ଏଭଳି କାଣ୍ଡ ଘଟାଇଥିବା ଜଣାପଡ଼ିଛି। ଏ ନେଇ ଟିଟିଲାଗଡ଼ ଥାନାରେ ନାବାଳିକା ପରିବାର ପକ୍ଷରୁ ଏତଲା ଦିଆଯାଇଛି। ନାବାଳକ ମଧ୍ୟ ଏକଥାକୁ ସ୍ୱୀକାର କରିଛି। ନାବାଳିକା ପ୍ରେମିକାକୁ ସେ ବୁଝାଇବାକୁ ଚେଷ୍ଟା କରିଥିଲା। ମାତ୍ର ସେ ନବୁଝିବାରୁ ଏଭଳି ନିଷ୍ପତ୍ତି ନେଇଥିବା କହିଛି।