ସମ୍ବଲପୁର: ସହରର ଅମଲାପଡା ଠାରେ ଆଜି ରାତିରେ ଗାଡି ଚୋରି ଉଦ୍ୟମ କରୁଥିବା ଜଣେ ଯୁବକକୁ ସ୍ଥାନୀୟ ଲୋକେ ଧରି ପୋଲିସ ଜିମା ଦେଇଛନ୍ତି।
ସୂଚନା ଅନୁଯାୟୀ, ଅମଲାପଡା ରାସ୍ତା ପାର୍ଶ୍ୱରେ ଜଣେ ବ୍ୟକ୍ତି ଙ୍କର ଏକ ଚାରିଚକିଆ ଗାଡି ରହିଥିଲ. ଜଣେ ଅଭିଯୁକ୍ତ ଗାଡି କୁ ଫିଟାଇ ବାକୁ ଉଦ୍ୟମ କରୁଥିଲେ। ହେଲେ ଗାଡି ଟି ଖୋଲି ନଥିଲା. ଏହାର କିଛି ଦୂରରେ ରହିଥିବା ବୋଲେରୋ କୁ ଦୁର୍ବୁତ୍ତ ଖୋଲିବାକୁ ଚେଷ୍ଟା କରୁଥିଲେ. ଗାଡି ର ଡୋର ଖୋଲି ଯାଇଥିଲା। ଏସବୁ ଘଟଣାକୁ ଛାତ ଉପରୁ ଜଣେ ମହିଳା ଦେଖୁଥିଲେ. ତାଙ୍କର ସନ୍ଧେହ ହେବାରୁ ସେ ତାଙ୍କ ପରିବାର ରେ କହିବା ସହ ସିସିଟିଭି ଦେଖିଥିଲେ।
ଦୁର୍ବୃତ୍ତ ଗାଡି ଷ୍ଟାର୍ଟ କରିବା ପୂର୍ବରୁ ୨ଜଣ ଲୋକ ସେଠାରେ ପହଁଚି ଗାଡି ରେ କଣ କରୁଛ ବୋଲି ପଚାରିଲେ। ଗାଡି ମୋର ବୋଲି ଦୁର୍ବୃତ୍ତ କହିଥିଲେ। ଅନ୍ୟ ଲୋକ ମାନେ ସେଠାରେ ପହଂଚିବାରୁ ସେ ଦୌଡ଼ି ପଳାଉଥିଲା। ଲୋକମାନେ ତାକୁ ଧରି ଟାଉନ ପୋଲିସ ଜିମା ଦେଇଥିଲେ। ଗାଡ଼ିରେ ଏକ ଚାବି ଲାଗିଥିବା ଦେଖି ଲୋକେ ତାହା ଏକ ସ୍କୁଟି ଚାବି ବୋଲି ଜାଣିବାରେ ଖୋଜାଖୋଜି କରିଥିଲେ। କୋର୍ଟ ଛକ ଏକ ଦୋକାନ ପଛରେ ଏକ ଧଳାରଙ୍ଗ ର ସ୍କୁଟି ଥିବା ଦେଖି ସେହି ଚାବି ରେ ଖୋଲିଥିଲେ.ସ୍କୁଟି ଟି ଖୋଲିଯିବାରୁ ତାକୁ ମଧ୍ୟ ସ୍ଥାନୀୟ ଲୋକେ ପୋଲିସ ଜିମା ଦେଇଥିବା ଜଣା ଯାଇଛି।