ଗ୍ୟାସ୍‌ ଟାଙ୍କିରେ ନିଆଁ ଲାଗିଲା, ହୋଟେଲ୍‌ରେ ଲୋକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଟଳିଲା ବଡ଼ ବିପଦ

ଘୁ.ଉଦୟଗିରି: ସ୍ଥାନୀୟ ସହରର ଜନଗହଳିପୂର୍ଣ୍ଣ ଗାନ୍ଧୀଛକ ଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସାରା ଛକ ଚଳଚଞ୍ଚଳ ଥିବା ବେଳେ ହଠାତ ଲୋକେ ଆତଙ୍କିତ ହୋଇ ଧାଁ ଦୌଡ଼ କରିବାରେ ଲାଗିଥିଲେ। ଦେଖିଲା ବେଳକୁ ରାସ୍ତା ଉପରେ ଏକ ଗ୍ୟାସ୍‌ ଟାଙ୍କି ହୁତୁହୁତୁ ହୋଇ ଜଳୁଛି। ଆଖ ପାଖରେ ଥିବା ଗାଡିମଟର ଗୁଡ଼ିକ ଲୋକ ବାହାର କରି ସ୍ଥାନ ଛାଡିବାରେ ବ୍ୟସ୍ତ ଥିଲା ବେଳେ ସ୍ଥାନୀୟ ଲୋକଙ୍କର ଉପସ୍ଥିତ ବୁଦ୍ଧି ‌ଯୋଗୁଁ ଏକ ବଡ଼ଧରଣର ବିପଦ ଟଳିଛି।

ପ୍ରାପ୍ତ ସୂଚନାନୁସାରେ ଗାନ୍ଧୀଛକରେ ଥିବା ଏକ ଜଳଖିଆ ହୋଟେଲରେ ରୋଷେଇ କରୁଥିବା ବେଳେ ଏକ ଗ୍ୟାସ୍‌ ଟାଙ୍କିରେ ହଠାତ ନିଆଁ ଲାଗିଯାଇଥିଲା।ସଂଗେସଂଗେ ଉପସ୍ଥିତ ବୁଦ୍ଧି ଖଟେଇ ଉକ୍ତ ଜଳନ୍ତା ଗ୍ୟାସ୍‌ ଟାଙ୍କିଟିକୁ ରାସ୍ତା ଉପରକୁ ଫିଙ୍ଗି ଦେଇଥିଲେ। ରାସ୍ତା ଉପରେ ହୁତୁହୁତୁ ହୋଇ ନିଆଁ ଜଳିବାରେ ଲାଗିଥିବା ବେଳେ କିଛି ବ୍ୟକ୍ତି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳେଇଥିଲେ। ସ୍ଥାନୀୟ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଗ୍ୟାସ ହାଣ୍ଡିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।

ସମ୍ବନ୍ଧିତ ଖବର