ପୋଲସରା: ଗଂଜାମ ପୁଲିସର ଏନ୍କାଉଣ୍ଟର୍ ନମ୍ବର ୩୭ରେ ପଡ଼ିଛି ଦୁର୍ଦ୍ଦାନ୍ତ ଅପରାଧୀ ବି.ସନ୍ତୋଷ ରାଓ ଓରଫ୍ ବୁଚି ପାତ୍ର। ପୋଲସରା ଥାନା ମଥୁରା ଗ୍ରାମ ନିକଟ କାକୁଡ଼ିଆ କାଜୁ ଜଙ୍ଗଲରେ ଆଜି ଭୋର୍ ପ୍ରାୟ ୬ଟାରେ ପୁଲିସ ଗୁଳିରେ ବୁଚି ଆହତ ହୋଇଛି। ତା’ର ଉଭୟ ଗୋଡ଼ରେ ଗୁଳି ବାଜିଥିବାରୁ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ମେଡିକାଲକୁ ହସ୍ତାନ୍ତର କରାଯାଇଛି। ସେହିପରି ବୁଚିର ଦୁଇ ସହଯୋଗୀ ଲିପୁ ଓରଫ୍ ଅଜିତ୍ ନାୟକ ଓ ପାଣ୍ଡା ନାୟକକୁ ବି ପୁଲିସ କାବୁ କରି ନେଇଛି। ସେମାନଙ୍କଠୁ ଗୋଟିଏ ମାଉଜର୍, ଦୁଇଟି ଗୁଳି, ଗୋଟିଏ ୟମାହା ଫାଇଜର୍ ବାଇକ୍ (ଓଆର୍୦୭-୩୩୯୦)ଜବତ ହୋଇଥିବା ନେଇ ସୂଚନା ମିଳିଛି। ଲିପୁ ଓ ପାଣ୍ଡାକୁ ଅଧିକ ଜେରା ପାଇଁ କବିସୂର୍ଯ୍ୟନଗର ଏବଂ ଖଲ୍ଲିକୋଟ ଥାନାରେ ଅଟକ ରଖାଯାଇଛି।
ଦୁର୍ଦ୍ଦାନ୍ତ ବୁଚିର ଦୁଇ ଗୋଡ଼କୁ ଗୁଳି
/sambad/media/post_attachments/wp-content/uploads/2018/02/Gun-Fire_1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)