ଘୁ.ଉଦୟଗିରି : ଘୁ. ଉଦୟଗିରି ସହରରେ ବୁଲୁଛି ନକଲି ୫୦୦ ଟଙ୍କିଆ ନୋଟ। କିଛି ଦୁର୍ବୃତ୍ତ ବ୍ୟବସାୟୀ ଓ ବ୍ୟବସାୟ ପ୍ରତିଷ୍ଠାନକୁ ଟାର୍ଗେଟ୍ କରି ସେମାନଙ୍କ ଠାକୁ ସାମଗ୍ରୀ କିଣିବା ପରେ ସେମାନଙ୍କୁ କିଛି ଭଲ ନୋଟ ସହ ନକଲି ନୋଟ ମିଶାଇ ପ୍ରଦାନ କରୁଛନ୍ତି। ଗତକାଲି ଜଣେ ବ୍ୟବସାୟୀଙ୍କ ଠାରୁ ସଉଦା କିଣି ଜଣେ ଗ୍ରାହକ ୫୦୦ ଟଙ୍କିଆ ଜାଲି ନୋଟ ଦେଇ ପଳାଇଥିଲେ। ବ୍ୟବସାୟୀ ଘରକୁ ଆସି ରାତିରେ ଟଙ୍କା ଗଣିବା ବେଳେ ନକଲି ନୋଟ ସଂପର୍କରେ ଜାଣିପାରିଥିଲେ।

Advertisment

ତେବେ ଏହି ନକଲି ନୋଟଟି ଅସଲି ଅପେକ୍ଷା ସାମାନ୍ୟ ପତଳା ହୋଇଥିବା ବେଳେ ଆଉ ବିଶେଷ କିଛି ପ୍ରଭେଦ ନାହିଁ। ଫଳରେ ବ୍ୟବସାୟୀ ମାନେ ଏହାକୁ ହଠାତ ଧରି ପାରୁନାହାନ୍ତି। ଅନ୍ୟପକ୍ଷରେ ସ୍ଥାନୀୟ ସହରରେ ବାହାର ରାଜ୍ୟ ତଥା ଅଣ ଓଡ଼ିଆଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ମଜୁରିଆ, ମିସ୍ତ୍ରି ଓ ବ୍ୟବସାୟ କରିବାକୁ ବହୁ ଅଣ ଓଡ଼ିଆ ଲୋକ ଏବେ ଘୁ.ଉଦୟଗିରି ସହରରେ ଡେରା ପକାଇଛନ୍ତି। ଯାହାର ସଠିକ ସୂଚନା ପ୍ରଶାସନ ପାଖରେ ନାହିଁ। ଫଳରେ ସାଧାରଣ ଲୋକଙ୍କ ସନ୍ଦେହରେ ସେମାନେ ରହିଛନ୍ତି।