ଟିଟିଲାଗଡ଼ରେ ନକଲି ପାଞ୍ଚଶହ ଟଙ୍କିଆ ନୋଟ୍‌!

ଟିଟିଲାଗଡ଼ : ଟିଟିଲାଗଡ଼ ସହରରେ ଏବେ ବ୍ୟାପକ ନକଲି ନୋଟ କାରବାର ଚାଲିଥିବା ସୂଚନା ମିଳିଛି। ଶୁକ୍ରବାର ସ୍ଥାନୀୟ ହାଇସ୍କୁଲ ପଡ଼ାରେ ଉଠା ଦୋକାନୀ ମହେନ୍ଦ୍ର ବଗର୍ତ୍ତିଙ୍କ ପାଖକୁ ଦୁଇଜଣ ଅଜଣା ବ୍ୟକ୍ତି ଆସି ୬୦ ଟଙ୍କାର ଅଣ୍ଡା ଖାଇଥିଲେ। ସେମାନେ ନକଲି ୫ଶହ ଟଙ୍କିଆ ନୋଟ୍‌ ଦେଇ ୪୪୦ ଟଙ୍କାର ଅସଲି ନୋଟ୍‌ ନେଇ ଫେରାର ମାରିଥିଲେ। ଭିଡ଼ ଥିବାରୁ ଦୋକାନୀ ଜାଣି ପାରିନଥିଲେ।

ଶନିବାର ସକାଳୁ ତାହା ନକଲି ବୋଲି ଜାଣିବା ପରେ ଚିନ୍ତାରେ ପଡ଼ିଥିଲେ। ଦିନକୁ ମାତ୍ର ଶହେ ଟଙ୍କା ଅଣ୍ଡା ଦୋକାନରୁ ରୋଜଗାର କରୁଥିବା ମହେନ୍ଦ୍ରଙ୍କ ପାଇଁ ଏହା ଏକ ବଡ଼ କ୍ଷତି। ଏବେ ସହରରେ ନକଲି ଶହେ, ଦୁଇଶହ, ପାଞ୍ଚଶହ ଟଙ୍କିଆ ନକଲି ନୋଟ ଘୂରି ବୁଲୁଥିବା ସନ୍ଦେହ କରାଯାଉଛି। ତେଣୁ କୌଣସି ନୋଟ ଉପରେ ସନ୍ଦେହ ହେଲେ ସଂଗେ ସଂଗେ ନିକଟସ୍ଥ ଥାନାକୁ ସୂଚନା ଦେବା ପାଇଁ ଟିଟିଲାଗଡ଼ର ଜନସ୍ୱାର୍ଥ ସୁରକ୍ଷା ସମିତି ତରଫରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି। ପୁଲିସ ପ୍ରଶାସନ ଏହା ଉପରେ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ନାଗରିକ ମଞ୍ଚ ଦାବି କରିଛି।

ସମ୍ବନ୍ଧିତ ଖବର